Latest Odisha News

BREAKING NEWS

ଆଇପିଏଲ: ବିକ୍ରି ହେଲେନି, ବଦଳ ଖେଳାଳି ନିୟମ ଯୋଗୁ ମାଲାମାଲ ହେଲେ ଏହି ଖେଳାଳି

ମୁମ୍ବାଇ: ଆଇପିଏଲ ୨୦୨୫ ମେଗା ନିଲାମରେ ୫୭୭ ଖେଳାଳି ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରେ ୩୯୫ ଜଣ ଖେଳାଳିଙ୍କୁ ଫ୍ରାଂଚାଇଜମାନେ କିଣି ନ ଥିଲେ । ଏହା ସତ୍ୱେ କେତେକ ଖେଳାଳି ପରବର୍ତୀ ପର୍ଯ୍ୟାୟରେ ଫାଇଦାରେ ରହିଛନ୍ତି । ଆଇପିଏଲ ବଦଳ ଖେଳାଳି ନିୟମ ଯୋଗୁ ନିଲାମ ପରେ କେତେଜଣ ଖେଳାଳି ମାଲାମାଲ ହୋଇଛନ୍ତି । ଉମ୍ରାନ ମଲିକଙ୍କ ସ୍ଥାନରେ କୋଲକାତା ନାଇଟ ରାଇଡର୍ସ ଚେତନ ସାକାରିୟାଙ୍କୁ ୭୫ ଲକ୍ଷ ଟଙ୍କାରେ ଦଳରେ ନେଇଛି । ସେହିପରି ହାଇଦ୍ରାବାଦ ବ୍ରାୟଡନ କୋର୍ସଙ୍କୁଙ୍କ ବଦଳ ଖେଳାଳି ଭାବେ ବିୟାନ ମୁଲଡରଙ୍କୁ ୭୫ ଲକ୍ଷରେ ସାମିଲ କରିଛି ।

ମୁମ୍ବାଇ ଇଣ୍ଡିଆନ୍ସ ୨ଜଣ ଖେଳାଳିଙ୍କୁ ପରେ ନେଇଛି । ଆଲ୍ଲା ଗଜନଫରଙ୍କ ସ୍ଥାନରେ ମୁଜୀବ ଉର ରହେମାନଙ୍କୁ ୨ କୋଟିରେ ଏବଂ ଲିଜାର୍ଡ ୱିଲିୟମ୍ସଙ୍କ ସ୍ଥାନରେ କର୍ବିନ ୱାଶଙ୍କୁ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି । ନିୟମ ଅନୁସାରେ ବଦଳ ଖେଳାଳି ଆରଏପିପିର ଅଂଶ ହୋଇଥିବା ଜରୁରୀ । ବଦଳ ଖେଳାଳିଙ୍କୁ ବାହାର ହୋଇଥିବା ଖେଳାଳିଙ୍କ ପ୍ରାଇସ ସମକକ୍ଷ ହୋଇଥିବା ଜରୁରୀ ।

Comments are closed.