Latest Odisha News

BREAKING NEWS

କ୍ରିକେଟର ଚହରଙ୍କୁ ବ୍ୟାଟରେ କାହିଁକି ପିଟିଲେ ଧୋନୀ… 

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ତୃତୀୟ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ଶେଷରେ ଏମଏସ ଧୋନି ବ୍ୟାଟିଂ କରିବାକୁ ଆସିଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର ତାଙ୍କୁ ସ୍ଲେଜିଂ କରିଥିଲେ।

ସୂଚନା ଅନୁଯାୟୀ, ଯେତେବେଳେ ଏମଏସ ଧୋନି ବ୍ୟାଟିଂ କରିବାକୁ କ୍ରିଜରେ ପହଞ୍ଚିଥିଲେ ସେତେବେଳେ ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପ୍ରାୟ ନିଶ୍ଚିତ ହୋଇଯାଇଥିଲା। ଏପରି ସ୍ଥିତିରେ ଦୀପକ ଚହର ତାଙ୍କ ସହ ମଜା କରିବା ସଙ୍ଗେସଙ୍ଗେ ପିଚ୍ ମଝିରେ ଏମଏସ ଧୋନିଙ୍କୁ ସ୍ଲେଜିଂ କରିଥିଲେ।

ଦୁହେଁ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏକାଠି ଖେଳିଛନ୍ତି। ଯଦିଓ ଏଥର ଦୀପକ ଚହରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣି ନେଇଥିଲା। ଦୀପକଙ୍କ ସ୍ଲେଜିଂ ପାଇଁ ମ୍ୟାଚ୍ ସରିବା ପରେ ଏମ୍ ଏସ୍ ଧୋନି ତାଙ୍କୁ ବ୍ୟାଟ୍ ଟ୍ରିଟମେଣ୍ଟ ଦେଇଥିଲେ। ଏପରିକି ଦୀପକ ଚହରଙ୍କ ପଛକୁ ଧୋନୀ ବ୍ୟାଟରେ ହାଲୁକା ଭାବେ ବାଡେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

Comments are closed.