ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଚାମ୍ପିୟନ ହୋଇଛି । ଏହା ପରେ ବିସିସିଆଇ ସମ୍ପୂର୍ଣ୍ଣ ଟିମ ପାଇଁ ୫୮ କୋଟି ଟଙ୍କା ପୁରସ୍କାର ରାଶିର ଘୋଷଣା କରିଛି । ମୂଖ୍ୟ କୋଚ ଭାବେ ଗୌତମ ଗମ୍ଭୀରଙ୍କ ପାଇଁ ୩ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଏବେ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ରାହୁଲ ଡ୍ରାଭିଡଙ୍କ ପନ୍ଥା ଗମ୍ଭୀର ଆପଣାଇବା ଉଚିତ ହେବ । ଡ୍ରାଭିଡ ଦଳର କୋଚ ଥିବା ବେଳେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ସେ ସମୟରେ ମଧ୍ୟ ବିସିସିଆଇ ପୁରସ୍କାର ରାଶି ଘୋଷଣା କରିଥିଲା ।
ଡ୍ରାଭିଡଙ୍କୁ ଅନ୍ୟ ସପୋର୍ଟିଂ ଷ୍ଟାଫଙ୍କ ତୁଳନାରେ ଅଧିକ ଅର୍ଥ ପ୍ରଦାନ କରାଯିବାରୁ ସେ ଏହାକୁ ନେବା ପାଇଁ ମନା କରିଥିଲେ । ସମସ୍ତ କୋଚିଂ ଷ୍ଟାଫଙ୍କ ସମାନ ପରିମାଣର ଅର୍ଥ ଦେବାକୁ ସେ ବୋର୍ଡକୁ ଅନୁରୋଧ କରିଥିଲେ । ଗମ୍ଭୀର ମଧ୍ୟ ଏହି ନୀତି ଆପଣାଇଲେ ଭଲ ହେବ ବୋଲି ଗାଭାସ୍କର କହିଛନ୍ତି । ଅବଶ୍ୟ ଗମ୍ଭୀରଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ । ସେ ଏବେ ତାଙ୍କ ପରିବାର ସହିତ ଛୁଟି କଟେଇବା ପାଇଁ ଫ୍ରାନ୍ସ ଯାଇଛନ୍ତି ।
Comments are closed.