Latest Odisha News

BREAKING NEWS

ସେନା ଇତିହାସରେ ପ୍ରଥମ; ଭାରତୀୟ ସାମରିକ ଏକାଡେମୀରେ ମହିଳାଙ୍କୁ ଦିଆଯିବ ଟ୍ରେନିଂ

ନୂଆଦିଲ୍ଲୀ: ସେନାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ଭାରତୀୟ ସାମରିକ ଏକାଡେମୀ (IMA)ରେ ମହିଳାମାନଙ୍କୁ ଅଧିକାରୀ ହେବା ପାଇଁ ଟ୍ରେନିଂ ଦିଆଯିବ । କୁହାଯାଉଛି ଏହା ୯୨ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ହେବ । ଏହି ମହିଳା ଜୁନ୍‌ ମାସରେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଅର୍ଥାତ୍ NDA ପାସ୍ କରିବେ ଏବଂ ଜୁଲାଇ ମାସରେ IMAରେ ଯୋଗଦେବେ ।

ବର୍ତ୍ତମାନ ୧୮ ଜଣ ମହିଳା NDAରୁ ସ୍ନାତକ ନେବାକୁ ଯାଉଛନ୍ତି । ପ୍ରଥମ ବ୍ୟାଚ୍‌ ରେ ଥିବା ୧୮ଜଣ ମହିଳାଙ୍କ ମଧ୍ୟରୁ ୮ ଜଣ ସ୍ଥଳ ସେନାରେ ଯୋଗଦେବାକୁ ସ୍ଥିର କରିଥିବାବେଳେ ଅନ୍ୟ ୧୦ ଜଣଙ୍କ ମଧ୍ୟରୁ କିଛି ବାୟୁସେନାକୁ ଏବଂ କିଛି ନୌସେନାକୁ ଯିବାପାଇଁ ସ୍ଥିର ହୋଇଛି ।

୩ ବର୍ଷରେ ମହିଳାମାନଙ୍କୁ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ସାମରିକ କ୍ଷେତ୍ରରେ କିଭଳି ଲିଡରସିପ୍‌ ନିଆଯିବ, ସେ ଦିଗରେ ତାଲିମ୍‌ ଦିଆଯାଇଛି । ଏପର୍ଯ୍ୟନ୍ତ ମହିଳାମାନଙ୍କୁ ସ୍ଥଳ ସେନାରେ ଅଧିକାରୀ ହେବା ପାଇଁ ଟ୍ରେନିଂ କେବଳ ଚେନ୍ନାଇ ଅଫିସର ଟ୍ରେନିଂ ଏକାଡେମୀରେ ଦିଆଯାଉଥିଲା ।

Comments are closed.