Latest Odisha News

BREAKING NEWS

ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ଆଜି ବି ପ୍ରବଳ ଖରା । ଦିନ ୮ଟାରୁ ଶରୀରରେ ଯେମିତି ଟାଉଁ ଟାଉଁ ହେଇ ବାଜୁଛି । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି । ଯେଉଁଥିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଟାଣ ଖରା ।

ତେବେ ଏହି ସମୟରେ ଟାଣ ଖରାରେ ଗମ୍ ଗମ୍ ଝାଳ ବୋହିବା ସାଙ୍ଗକୁ ଶରୀରରୁ ଜଳୀୟ ଅଂଶ ଶୁଖିବା କାରଣରୁ ଅଧିକ ଜଳ ଆବଶ୍ୟକ କରେ । ଏଣୁ ଅଂଶୁଘାତ ହେବାର ଅନେକ ଆଶଙ୍କା ରହିଥାଏ । ଏଭଳି ସ୍ଥଳରେ ସନ୍‌ଷ୍ଟ୍ରୋକ୍‌ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ ଦେଖାଦିଏ। ତେଣୁ, ଖରାଦିନେ ନିଜକୁ ହାଇଡ୍ରେଟ୍‌ ରଖିବା ଜରୁରୀ ।

ଏଥିପାଇଁ ଏହି ସମୟରେ ପ୍ରଚୁର ପାଣି ପିଇବା ଆବଶ୍ୟକ । ସବୁଡୁ ବେଷ୍ଟ୍ ପାଣିରେ କିଛି ଚିଆ ସିଡ୍ ପକାଇ ପିଅନ୍ତୁ, ଏହା ଆପଣଙ୍କୁ ଅଧିକ ହାଇଡ୍ରେଟ୍ ରଖିବ । ଏଥିସହିତ ଟାଣ ଖରାରେ ଯାତ୍ରା ସଥାସମ୍ଭବ ଏଡାନ୍ତୁ । ସକାଳେ ଓ ସନ୍ଧ୍ୟାରେ କାମ କରନ୍ତୁ। ୧୧ଟାରୁ ୪ଟା ପର୍ଯ୍ୟନ୍ତ ବାହାରେ କାମ କରନ୍ତୁ ନାହିଁ। ଛାଇ ସ୍ଥାନରେ ଯଥାସମ୍ଭବ କାମ କରନ୍ତୁ । ଯଥେଷ୍ଟ ପରିମାଣର ପାଣି ପାଖରେ ରଖିଥାନ୍ତୁ । ପବନ ଚଳପ୍ରଚଳ କରୁଥିବା ସ୍ଥାନରେ କାମ କରନ୍ତୁ । ମଧୁମେହ, ରକ୍ତଚାପ, ହୃଦରୋଗ, କର୍କଟ ରୋଗୀ ଓ ଗର୍ଭବତୀ ଥିବା ମହିଳା ଅଧିକ ସତର୍କ ରହିବା ଦରକାର । ଅଧିକ ଜଳୀୟ ଅଂଶଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ସୁବଠୁ ଗୁରୁତ୍ବପୂର୍ଣ୍ଣ ଖାଲି ପେଟରେ ରୁହନ୍ତୁ ନାହିଁ ।

ତେବେ ଏହା ତ ଗଲା ପୂର୍ବ ଚିକିତ୍ସା । ଯଦି କେହି ପ୍ରଥମ ପ୍ରକାର ଅଂଶୁଘାତର ଶିକାର ହୁଅନ୍ତି, ତେବେ କ’ଣ କରିବେ? ପ୍ରଥମେ ଘରେ ପ୍ରାଥମିକ ଚିକିତ୍ସା କରିବା ଭଲ । ଘରେ ଓଆରଏସ ପିଇବା ସହିତ ପବନ ଚାଲିଥିବା ସ୍ଥାନରେ ରୋଗୀଙ୍କୁ ରଖିବେ । ଥଣ୍ଡା ଜାଗାରେ ରହିଲେ ଏଥିରୁ ରକ୍ଷା ପାଇଯିବେ  । ଯଦି ତାତି ବଢି଼ବ ଏବଂ ରୋଗୀ ଦ୍ୱିତୀୟ ପ୍ରକାର ଅଂଶୁଘାତର ଶିକାର ହୁଅନ୍ତି ତାହେଲେ ଔଷଧ ଖାଇବାକୁ ପଡି଼ଥାଏ । ତେବେ ତୃତୀୟ ପ୍ରକାରର ଅଂଶୁଘାତର ଶିକାର ହେଲେ ରୋଗୀକୁ ଆଇସିୟୁରେ ରଖିବାକୁ ପଡ଼ିଥାଏ । ଅଂଶୁଘାତର ଶିକାର ହେଲେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ଦରକାର । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଗାମୀ ପଦକ୍ଷେପ ନେବେ ।

Comments are closed.