ଟିଟିଲାଗଡ଼: ପ୍ରସୂତୀଙ୍କୁ ନେବା ବେଳେ ଫାଟିଲା ଅକ୍ସିଜେନ୍ ସିଲିଣ୍ଡର। ଏମସିଏଚ ପରିସରରେ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର ବିସ୍ଫୋରଣ। ୨ ଯାଆଁଳା ଶିଶୁ ସହ ମା’ ସୁରକ୍ଷିତ ଥିବା ବେଳେ ୨ ସମ୍ପର୍କୀୟ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଯାଇଛି। ସୂଚନା ଅନୁଯାୟୀ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗାଁର ଋଷଭ ଜାନିଙ୍କ ପତ୍ନୀଙ୍କ ପ୍ରସୂତି ଲାଗି ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ। ତାଙ୍କର ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଥିବାବେଳେ ଶିଶୁ ଦୁର୍ବଳ ଥିବା ନେଇ ଡାକ୍ତର ବଲାଙ୍ଗୀର ମେଡିକାଲକୁ ରେଫର କରିଥିଲେ। ମହିଳାଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗିର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ତାହା ବିସ୍ଫୋରଣ ହୋଇଥିଲା।
ସେ ସମୟରେ ଆମ୍ବୁଲାନ୍ସରେ ବସିଥିବା ଦୂତିଆଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡି ହୋଇଯାଇଛି।
Comments are closed.