ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପ୍ରିଲ ୭ ତାରିଖରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ।
ସୂଚନା ଅନୁସାରେ, ଏପ୍ରିଲ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏପ୍ରିଲ ୮ ତାରିଖରେ ଦିଲ୍ଲୀ ନିବେଶକ ସମ୍ମିଳନୀରେ ଯୋଗଦେବେ। ସେହି ସମ୍ମିଳନୀରେ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ ଓଡ଼ିଶାରେ ନିବେଶ ସୁଯୋଗ ବିଷୟରେ ଅବଗତ କରିବେ ବୋଲି ଜଣାପଡିଛି।
ଏହି ଯାତ୍ରା ସମୟରେ ପାରାଦୀପରେ ନାଫ୍ଥା କ୍ରାକର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ (ଆଇଓସିଏଲ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ମଧ୍ୟ ହୋଇପାରେ। ଏହାପରେ ଏପ୍ରିଲ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି।
Comments are closed.