ନୂଆଦିଲ୍ଲୀ: ଯୁବପିଢିଙ୍କୁ ବାୟା କରୁଛି ଘିବଲି ଷ୍ଟାଇଲ। ଏହି ଟ୍ରେଣ୍ଡକୁ ଫଲୋ କରି ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ଆନିମେସନ ଫଟୋ ତିଆରି କରି ଖୁସି ହେଉଛନ୍ତି। ଆପଣଙ୍କର ଯେକୌଣସି ଫଟୋ ଉଠାନ୍ତୁ, ଏହାକୁ ଯେକୌଣସି AI Ghibli Style କ୍ରିଏଟର୍ ଟୁଲ୍ରେ ରଖନ୍ତୁ। ବାସ୍ କିଛି ସେକେଣ୍ଡରେ ଆପଣଙ୍କର ସୁପର୍ କ୍ୟୁଟ୍ ଫଟୋ ପ୍ରସ୍ତୁତ।
ଏହି ଧାରା ଆଉ କେବଳ ଆନିମେସନ୍ ପ୍ରେମୀଙ୍କ ମଧ୍ୟରେ ସୀମିତ ହୋଇରହିନାହିଁ। ଏବେ ସୋସିଆଲ ମିଡିଆ ଇନଫ୍ଲୁଏନସର, ଜନସାଧାରଣ ଏବଂ ପିଲାମାନେ ମଧ୍ୟ ଏହି ଅବତାରଗୁଡ଼ିକ ପଛରେ ବାୟା ହେଉଛନ୍ତି। ତେବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ୟୁଏଇ ସରକାର।
ଅଧିକ ପଢନ୍ତୁ- ଘିବଲି ଆର୍ଟ; ଏକ ଟ୍ରେଣ୍ଡ ନା ଟ୍ରାପ୍…
ୟୁଏଇର ସାଇବର ସୁରକ୍ଷା ବିଶେଷଜ୍ଞମାନେ ଘିବଲିକୁ ନେଇ ସତର୍କ କରାଇଛନ୍ତି। ହେଲ୍ପ ଏଜି ସିଟିଓ ନିକୋଲାଇ ସୋଲିଙ୍ଗ କହିଛନ୍ତି ଯେ ଏହି AI ପ୍ଲାଟଫର୍ମଗୁଡ଼ିକରେ ମୁହଁର ଫଟୋ ଅପଲୋଡ୍ କରିବାର ଅର୍ଥ ହେଉଛି ଆପଣ ସାର୍ବଜନୀନ ଭାବରେ ବାୟୋମେଟ୍ରିକ୍ ପରିଚୟ ସେୟାର କରୁଛନ୍ତି। ଯାହା ଚୋରି ହେବା ପରେ ପୁନଃ ଫେରିପାଇବେ ନାହିଁ। ଫଳରେ ଡାଟା ଚୋରୀ ସହ ବ୍ୟକ୍ତିଗତ ତଥ୍ୟ ମଧ୍ଯ ଚୋରୀ ହେବାର ସମ୍ଭାବନା ରହିଛି। ଏହାଠାରୁ ଦୂରେଇ ରହିବାକୁ ସରକାର ସତର୍କ କରାଇଛନ୍ତି।
ଘିବଲି ଜାପାନରୁ ଆରମ୍ଭ
ଘିବଲି ଷ୍ଟାଇଲ୍ ଫଟୋଗୁଡ଼ିକ ପ୍ରକୃତରେ ଜାପାନର ଏକ ପ୍ରସିଦ୍ଧ ଆନିମେସନ୍ କମ୍ପାନୀରୁ ଆସିଥିଲା। ଏହି କମ୍ପାନୀ ହାୟାଓ ମିୟାଜାକିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ଷ୍ଟୁଡିଓଟି ସ୍ପିରିଟେଡ୍ ଆୱେ, ମାଇ ନେବର ଟୋଟୋରୋ ଏବଂ କିକି’ସ୍ ଡେଲିଭରି ସର୍ଭିସ୍ ଭଳି ମହାନ ଫିଲ୍ମ ପାଇଁ ଜଣାଶୁଣା।
Comments are closed.