Latest Odisha News

BREAKING NEWS

ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି

ଭୁବନେଶ୍ଵର: ଚଳିତ ବର୍ଷ ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଆସନ୍ତାକାଲି ଶ୍ରୀରାମ ନବମୀ ଥିବାରୁ ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳିବ ଦଳ । ତେବେ ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନମୋହନ । ବୁଥ୍ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ୍ ବୈଠକ ହେବ ।

ମନମୋହନ ଆହୁରି କହିଛନ୍ତି ଯେ, ଦଳର ସଦସ୍ୟମାନେ ଘରୁ ବ୍ୟଞ୍ଜନ ଆଣି ବୈଠକରେ ଏକାଠି ବସି ଖାଇବେ । ସେତିକିବେଳେ ଦଳୀୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ । ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ । ତେବେ ଯେଉଁ ମାନେ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ ସେମାନେ ୭ ତାରିଖରେ ପାଳନ କରିବେ । ସେହିପରି ରବିବାରଠୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନ ସଂପର୍କ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକର୍ତ୍ତାମାନେ ଘର ଘର ଯାଇ ଜନସଂପର୍କ କରିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Comments are closed.