Latest Odisha News

BREAKING NEWS

ସମ୍ବଲପୁର: ରଙ୍ଗ ଓ ତୂଳୀରେ ଚିତ୍ରଶିଳ୍ପୀଙ୍କ ଅଟଳଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲ୍ଲୀର ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ପକ୍ଷରୁ ଭାରତର ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ରଙ୍ଗ ଓ ତୂଳୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଧନୁପାଲ୍ଲୀଠାରେ କୁନି କୁନି କଳାକାରଙ୍କ ସମେତ ଅନେକ ଲବ୍ଧପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଏକତ୍ରୀତ ହୋଇ ଏକ ସ୍ମୃତିସଭାରେ ବାଜପେୟୀଙ୍କୁ ଏକ ଭାବପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ ।

ଏହି ଦିବଗଂତ ନେତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ସମସ୍ତ ଚିତ୍ରଶିଳ୍ପୀ । ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଧୂପ-ଦୀପ ଦେବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ରଙ୍ଗାଞ୍ଜଳି କାର୍ଯ୍ୟକ୍ରମରେ ଅତିଥି ରଞ୍ଜିତ ରଥ ଏବଂ ସୂର୍ଯ୍ୟ ପାଣିଗ୍ରାହୀ ଏହି ସ୍ୱର୍ଗତ ଜନନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ତା’ପରେ ଆରମ୍ଭ ହୋଇଥିଲା ପ୍ରିୟ ରାଜନୀତିଜ୍ଞ ତଥା ବାଗ୍ମୀ ବାଜପେୟୀଙ୍କୁ ନେଇ ଚିତ୍ରକଳା ।

ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ‘କଳା ଓ କଳାକାର’ ର ସମସ୍ତ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀ ତଥା ଛାତ୍ରଛାତ୍ରୀ ଅମିତ ନାଥ, କୁଲଦୀପ ବର୍ମା, ଦେବେନ୍ଦ୍ର ସାହୁ, ଯତିନ କୁମାର ପାଢୀ, ନିତ୍ୟାନନ୍ଦ ପଣ୍ଡା, ନୀତୁ ଶର୍ମା, ଆଶିଷ କୁମାର ମେହେର, ରୋଶନ ଦାସ, ଆୟୁଷ୍ମାନ ଦାସ, ରୋନିତ କୁମାର ପୋତ, ଜ୍ୟୋର୍ତିୟାଦିତ୍ୟ ମହାନ୍ତି, ପୂରବ ମେହେର, ଅଭିଷେକ ବିଶ୍ୱାଳ, ରାଜେଶ ବଢାଇ ରାଷ୍ଟ୍ରନୀତିଜ୍ଞୁ ସୁନ୍ଦର ସୁନ୍ଦର ଚିତ୍ର ଓ ଭିନ୍ନ ଭିନ୍ନ ପେଣ୍ଟିଂ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ସ୍ୱର୍ଗତ ବାଜପେୟୀଙ୍କ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି ପ୍ରାର୍ଥନା ଓ ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଯୁବ ଚିତ୍ରଶିଳ୍ପୀ ପ୍ରଶାନ୍ତ ମାଝୀ, ସଞ୍ଜୟ ସାହୁ, ସୁଦାମ ପଣ୍ଡା, ଜଗନ୍ନାଥ ବେହେରା, ସୁମନ ପାଲ, ବଳରାମ ହୋତା, ଲିଲିମା ମହାକୁଡ଼, ଗୌରଦାସ ପଣ୍ଡା, ଜଗନ୍ନାଥ ଆଚାର୍ଯ୍ୟ ଏବଂ ବ୍ରଜେନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ଚତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.