ନୂଆଦିଲ୍ଲୀ: ‘ଦେଶକୁ ବିକିଦେଇ ଚାଲିଯିବେ ମୋଦି । ଖଣି ଠାରୁ ଆରମ୍ଭ କରି ବିମାନବନ୍ଦର ସବୁ କିଛି ବିକ୍ରି କରି ଚାଲିଯିବେ ମୋଦି ।’ ଏମିତି କିଛି ସଙ୍ଗୀନ ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ ଉପରେ ବଡ ବଡ ଆରୋପ ଲଗାଇଛନ୍ତି ଖଡଗେ ।
ତେବେ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁଜୁରାଟରେ ଅନୁଷ୍ଠିତ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଧିବେଶନ ମୋଦିଙ୍କୁ କଡା ଆକ୍ରମଣ କରିଛନ୍ତି । ଖଡଗେ କହିଛନ୍ତି, ଖଣି ଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ସବୁକିଛି ଶିଳ୍ପପତିଙ୍କୁ ହସ୍ତାନ୍ତର କରାଯାଉଛି । ଦିନେ ତାଙ୍କ ସରକାର ସମ୍ପୂର୍ଣ୍ଣ ଦେଶକୁ ବିକ୍ରି କରି ଚାଲିଯିବ । ସାର୍ବଜନୀନ ସମ୍ପତ୍ତି ବିକ୍ରି କରାଯାଉଛି । ସରକାରୀ ଚାକିରିରେ ଏସସି, ଏସଟି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ଦୁର୍ବଳ କରାଯାଉଛି । ଯଦି ଏହା ଜାରି ରହେ, ତେବେ ଦିନ ଆସିବ ମୋଦି ସମଗ୍ର ଦେଶକୁ ବିକ୍ରି କରି ଚାଲିଯିବେ, ବିମାନବନ୍ଦର, ବନ୍ଦର, ଖଣି, ଗଣମାଧ୍ୟମ…ସବୁକିଛି ଶିଳ୍ପପତି ବନ୍ଧୁମାନଙ୍କୁ ହସ୍ତାନ୍ତର କରାଯାଉଛି । ଏହା ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଅଭିଯୋଗ କରିଛନ୍ତି ଖଡଗେ ।
ଏଥିସହିତ ଭାରତୀୟ ଯୁବକମାନଙ୍କୁ ପୁଣି ଦେଶକୁ ଫେରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଖଡଗେ । କହିଛନ୍ତି, ଧନୀ ଏବଂ ଯୁବକମାନେ ଦେଶରେ ବେକାରୀ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦେଶ ଛାଡି ଯାଉଛନ୍ତି । ବିଦେଶରେ ଧନୀଭାବେ ସେଟଲ୍ ହୋଇ ବସବାସ କରୁଛନ୍ତି । ବେକାରୀ ସମସ୍ୟାରୁ ରକ୍ଷା ପାଇବା ପାଇଁ ବିଦେଶ ଯାଇଥିବା ଯୁବକମାନଙ୍କୁ ପୁଣି ସଂଯୋଜିତ କରି ଦେଶକୁ ଦିଆଯାଉଛି । ତଥାପି, ପ୍ରଧାନମନ୍ତ୍ରୀ ମୋଦି ନୀରବ ରହିଛନ୍ତି । ଶାସକ ଦଳ ବାରମ୍ବାର ଦାବି କରୁଛି ଯେ ଭାରତର ବିକାଶ ୨୦୧୪ ପରେ ଆରମ୍ଭ ହୋଇଥିଲା । ହେଲେ ତା ପୂରତ୍ବରୁ ବି ଦେଶର ବିକାଶ ହୋଇଥିଲା ବୋଲି ଦାବି କରିଛନ୍ତି ଖଡଗେ ।
ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କୌଣସି ପ୍ରତିଷ୍ଠାନ ସୁରକ୍ଷିତ ନାହିଁ ବୋଲି ବଡ ଅଭିଯୋଗ କରିଛନ୍ତି ଖଡଗେ । ସେ ଦାବି କରିଛନ୍ତି, ଇଭିଏମ୍ ସିଷ୍ଟମ ବିରୋଧୀଙ୍କୁ ପରାସ୍ତ କରିବା ପାଇଁ ବିଜେପି ଦ୍ୱାରା ଡିଜାଇନ୍ କରାଯାଇଥିଲା । ନିର୍ବାଚନ କମିଶନ ସମେତ କୌଣସି ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ସୁରକ୍ଷିତ ନୁହେଁ । ନିର୍ବାଚନୀ ଜାଲିଆତି ହେଉଛି। ବିକଶିତ ଦେଶଗୁଡ଼ିକ ବାଲଟ୍ ପେପରକୁ ଫେରି ଆସିଛନ୍ତି, ଯେତେବେଳେ କେବଳ ଆମେ ଏପର୍ଯ୍ୟନ୍ତ ଇଭିଏମ ବ୍ୟବହାର କରୁଛୁ । ଏହା ସବୁ ଏକ ଜାଲିଆତି। ସେମାନେ ପ୍ରମାଣ ମାଗୁଛନ୍ତି, କିନ୍ତୁ ମୁଁ କହୁଛି ଯେ ଏହି ସମ୍ପୂର୍ଣ୍ଣ ଯୋଜନା ବିରୋଧୀଙ୍କୁ ପରାସ୍ତ କରିବା ପାଇଁ ସୃଷ୍ଟି କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି ଖଡଗେ ।
ତେବେ କହିରଖୁଛୁ, ବିଗତ ଛଅ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗୁଜୁରାଟରେ ଅହମ୍ମଦାବାଦରେ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ତାର ଅଧିବେଶନ ଅନୁଷ୍ଠିତ କରିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଖଡଗେ । ଏତିସହିତ ଏହି ଅଧିବେଶନରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ ।
Comments are closed.