Latest Odisha News

BREAKING NEWS

କମ୍ ବଜେଟରେ ୨ଟି ଦମଦାର ଫୋନ ଲଞ୍ଚ କଲା ରିଅଲମି, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ଦମଦାର ବ୍ୟାଟେରୀ ସହିତ ଯଦି ଆପଣ ଏକ ଶସ୍ତା 5G ଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ realme ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ଆଣିଛି। କମ୍ପାନୀ ଭାରତରେ ଏହାର ‘Narzo’ ସିରିଜକୁ ବିସ୍ତାର କରିଛି, ଯେଉଁଥିରେ ମଧ୍ୟମ ବଜେଟରେ Narzo 80 Pro 5G ଏବଂ କମ ବଜେଟରେ Realme Narzo 80x5G ଫୋନ କରିଛି । ତେବେ ଫୋନଟି ବଜାରକୁ ଆସିବା ପୂର୍ବରୁ କମ୍ପାନୀ ତା’ର ଦାମ୍ ପ୍ରକାଶ କରିଛି।

କମ୍ପାନୀର କହିବା ଅନୁସାରେ, Narzo 80X 5G ଫୋନର ଦର 14,000 ଟଙ୍କାରୁ କମ୍ ରହିଛି । ଆସନ୍ତାକାଲି ଠାରୁ ଫୋନଟି ବଜାରରେ ବିକ୍ରି ଆରମ୍ଭ ହେବ । ତେବେ ମୋବାଇଲଟି ସୀମିତ ଅବଧିର ବିକ୍ରୟ ହେବ ଏବଂ ଏହି ଅବଧି ମଧ୍ୟରେ ସ୍ମାର୍ଟଫୋନଟି ଶସ୍ତା ଦରରେ ବିକ୍ରି ହେବ। ମୋବାଇଲର ପ୍ରଥମ ସେଲ୍ 11ଏପ୍ରିଲ ସନ୍ଧ୍ୟା 6ଟାରୁ ରାତି 12ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ, ଫୋନଟିକୁ ‘ବିଶେଷ ମୂଲ୍ୟ’ରେ କିଣାଯାଇପାରିବ ଏବଂ ମୋବାଇଲ୍ ଉପରେ ଅଫର ମଧ୍ୟ ଉପଲବ୍ଧ ହେବ। ତେବେ ଏହି ଫୋନଟି କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ସହିତ ଅନଲାଇନ ସପିଂ ସାଇଟ୍ Amazon ରୁ କିଣୁପାରିବେ । ପ୍ରାରମ୍ଭିକ ବିକ୍ରୟ ପରେ Narzo 80X ର ଦର 14,000 ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି।

Realme Narzo 80X 5G ଏବଂ Narzo 80 Pro 5G ଫୋନଦ୍ଵୟ ଭାରତରେ ଗତ 9 ତାରିଖରୁ ଲଞ୍ଚ ହୋଇସାରିଛି । Realme Narzo 80 Pro ର ଭାରତରେ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟ ଅଛି । ଯାହା ହେଉଛି- 8GB RAM + 128GB, 8GB RAM + 256GB ଏବଂ 12GB RAM + 256GB ରେ ଆସିଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ 19,999 ଟଙ୍କା ରହିଛି । ସେହିଭଳି ଏହାର ଅନ୍ୟ ଦୁଇଟି ଭାରିଆଣ୍ଟର ପ୍ରାଇସ ଯଥାକ୍ରମେ 21,499 ଟଙ୍କା ଏବଂ 23,499 ଟଙ୍କା ଅଛି । ଏଥି ସହ ଏହାକୁ ନାଇଟ୍ରୋ ଅରେଞ୍ଜ, ରେସିଂ ଗ୍ରୀନ୍ ଏବଂ ସ୍ପିଡ୍ ସିଲଭର କଲର ଅପ୍ସନରେ ମଧ୍ୟ କିଣିପାରିବେ ।

ସେହିପରି Realme Narzo 80x ରେ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟ ରହିଛି । ଯାହା ହେଉଛି- 6GB RAM + 128GB ଏବଂ 8GB RAM + 128GB ରେ ଲଞ୍ଚ କରାଯାଇଛି । ଏହାର ପ୍ରାରମ୍ଭିକ ମୂଳ୍ୟ 13,999 ଟଙ୍କା । ଏଥି ସହ ଏହାର ଟପ୍ ଭାରିଆଣ୍ଟ 14,999ଟଙ୍କାରେ ରହିଛି । ଏହି ଫୋନଟି ଡିପ୍ ଓସେନ୍ ଏବଂ ସନଲିଟ୍ ଗୋଲ୍ଡ ରଙ୍ଗରେ କିଣାଯାଇପାରିବ । ଏହି ଦୁଇଟି ଫୋନ୍ ଇ-କମର୍ସ ୱେବସାଇଟ୍ ଆମାଜନରେ ସେଳ୍ ପାଇଁ ଉପଲବ୍ଧ ହେବ । ପ୍ରଥମ ସେଲରେ ଫୋନଟିକୁ କିଣିଲେ 2,000 ଟଙ୍କାର ଡିସକାଉଣ୍ଟ ମିଳିବ ।

Realme Narzo 80X 5G ଫୋନରେ 6.72 ଇଞ୍ଚର FHD+ LCD ଡିସପ୍ଲେ ସହ 120Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିବ । ଏଥିସହ ଏହି ଫୋନରେ MediaTek Dimensity 6400 ପ୍ରୋସେସର ରହିବ । ଏହି ଫୋନ୍ ମଧ୍ୟ Android 15 ଉପରେ ବେସ୍ଡ Realme UI 6.0 ରେ କାମ କରେ । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଅଛି । ଏଥିରେ 50 MPର ମେନ୍ ଏବଂ 2 MPର ସେକେଣ୍ଡାରୀ କ୍ୟାମେରା ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ 8 MPର କ୍ୟାମେରା ଦିଆଯାଇଛି । ଏହି ଫୋନରେ 6,000mAh ର ବ୍ୟାଟେରୀ ସହିତ 45W SuperVOOC ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିଥାଏ । ଏଥି ସହ ଏହି ଫୋନ୍ IP69 ଡଷ୍ଟ ଏବଂ ୱାରପ୍ରୁଫ୍ ରେଟିଂ ସହିତ ଆସିଥାଏ ।

ସେହିପରି Realme Narzo 80 Pro ବିଷୟରେ କହିବାକୁ ଗଲେ, ଫୋନରେ 6.77 ଇଞ୍ଚ FHD+ AMOLED ଡିସପ୍ଲେ ସହିତ120 Hz ହାଇ ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିଥାଏ । ଫୋନଟି MediaTek Dimensity 7400 ପ୍ରୋସେସରରେ କାମ କରିଥାଏ । ଏହି ଫୋନଟି ମଧ୍ୟ Android 15 ଉପରେ ବେସ୍ଡ Realme UI 6.0 ରେ କାମ କରିଥାଏ । ଫୋନର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ 50MP ର ମେନ୍ OIS ଏବଂ 2MP ର ସେକେଣ୍ଡାରି କ୍ୟାମେରା ମିଳିବ ଏବଂ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ 16MP ର କ୍ୟାମେରା ଦିଆଯାଇଛି । ଏହି ଫୋନଟି 80W SuperVOOC ଫାଷ୍ଟ ଚାର୍ଜିଂ ପାଇଁ ସପୋର୍ଟ ସହିତ 6,000 mAh ର ବ୍ୟାଟେରୀ ସହିତ ଆସିଥାଏ । ଏହି ଫୋନ୍ IP66, IP68 ଏବଂ IP69 ଡଷ୍ଟ ଏବଂ ୱାଟରପ୍ରୁଫ୍ ରେଟିଙ୍ଗ ସହିତ ଆସିଥାଏ ।

Comments are closed.