ଭୁବନେଶ୍ବର: ଥମୁନି ବିଜେଡି ଭିତିରି ଆରୋପପ୍ରତ୍ୟାରୋପ । ଓ୍ବାକଫ୍ ବିଲ୍ ନେଇ ବିଜେଡି ଏବେ ଉଠୁଛି ପଡୁଛି । ଏହାରି ଭିତରେ ମୁହାଁମୁହିଁ ହୋଇଛନ୍ତି ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଏବଂ ସଭାପତି ନବୀନ ପଟ୍ଟନାୟକ । ପ୍ରଭାତ ବିଜେଡିର ନାହାନ୍ତି ବୋଲି ସଭାପତି କହିଦେବା ପରେ, ଆଜି ଏହାକୁ ମହାମିଛ ବୋଲି କହି, ନବୀନଙ୍କୁ କଡା ଜବାବ ଦେଇଛନ୍ତି ନବୀନ ।
ଆଜି ପ୍ରେସମିଟ୍ କରି ବର୍ଷିବା ସହ ଓ୍ବାକଫ୍ ବିଲ୍ ଉପରୁ ନଜର ହଟାଇବାକୁ ନବୀନ ଏପରି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଭାତ । କହିଛନ୍ତି, ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଚିଟ୍ଫଣ୍ଡ ମାମାଲାରେ ମୋତେ ନିଲମ୍ବନ କରାଯାଇଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । କୋଭିଡ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରିଛି । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି ବୋଲି ଦାବି କରିଛନ୍ତି ପ୍ରଭାତ । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି ।୧୦ ହଜାର ଲୋକଙ୍କ ଆଗରେ ନିଜେ ନବୀନ ତାଙ୍କ ପ୍ରଶଂସା କରିଥିଲେ ବୋଲି କହିଛନ୍ତି ପ୍ରଭାତ । ତେଣୁ ସେ ଦଳରେ ନାହାଁନ୍ତି ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି, ଏହା ମହା ମିଛ, ବୋଲି କହି କଡା ଉତ୍ତର ରଖିଛନ୍ତି । ଏଥିସହିତ କିଛି ନେତା ଏପରି ନବୀନଙ୍କ ଦ୍ବାରା କୁହାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଭାତ ।
ଏଥିସହିତ ସେ ଆହୁରି ବି ଅଭିଯୋଗ କରିଛନ୍ତି, ଯାହାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି ତାହାକୁ ଗୌଣ କରି ଦେଇଛନ୍ତି ନବୀନ । ୱାକ୍ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଇଥିବା ବେଳେ ଜାଣିଶୁଣି ମୋତେ ଟାର୍ଗେଟ୍ କରାଯାଉଛି ବୋଲି ସେ କହିଥିଲେ । ବଡ଼ ଇସ୍ୟୁକୁ ନବୀନ ବାବୁ ଏଡ଼ାଇ ଯାଇଛନ୍ତି । ୱାକଫ ବିଲ୍ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍ ଜାରି ହୋଇନଥିଲା । ଦଳର ବହୁ ବରିଷ୍ଠ ବିଧାୟକ ଯେଉଁଦିନ ଏହି ଘଟଣା ଘଟିଲା ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିଟ୍ଫଣ୍ଡ୍ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ଚିଟ୍ଫଣ୍ଡ କେସ୍ ବିଚାରାଧୀନ ଅଛି । ମୁଁ ଦୋଷୀ ନୁହେଁ, ମୁଁ ଦୋଷୀ ହୋଇନାହିଁ । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି । ଲୁଚିଛି ନା ଗୋଡ଼ ଦିଟା ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି । ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ । ତାହା ସ୍ପଷ୍ଟ ହୋଇଗଲେ କୌଣସି ସମସ୍ୟା ରହି ନଥାନ୍ତା । ତାହା ସ୍ପଷ୍ଟ ନକରି ନବୀନ ପଟ୍ଟନାୟକ ମିଛ କହି ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । ଏଥିସହିତ ପ୍ରଭାତ ଏହା ବି କହିଛନ୍ତି, ସେ ଦଳରେ ନାହାନ୍ତି ଏହା କହିବା ମହା ମିଛ । ହେଲେ ସେ ଗତକାଲିଠାରୁ ଆଉ ବିଜୁ ଜନତା ଦଳରେ ନାହାନ୍ତି ।
ତେବେ କହିରଖୁଛୁ, ପୂର୍ବରୁ ଓ୍ବାକଫ୍ ବିଲ ପ୍ରସଙ୍ଗ ନେଇ ବିଜେଡି ଏବଂ ପାଣ୍ଡିଆନଙ୍କ ବିରୋଧରେ କହିଥିଲେ ପ୍ରଭାତ । ଯାହାର ଜବାବରେ ଗତକାଲି ଏକ ସଭାରେ ସମ୍ବୋଧିତ କଲାବେଳେ, ପୁଣି ପାଣ୍ଡିଆନଙ୍କ ଗୁଣଗାନ କରି ପ୍ରଭାତ ଦଳରେ ହିଁ ନାହାନ୍ତି ବୋଲି କହିଥିଲେ । ପାଣ୍ଡିଆନ୍ ରାଜ୍ୟ ପାଇଁ ଅନେକ ହିତକାରୀ କାମ କରିଛନ୍ତି । ତାଙ୍କୁ ଅଯଥା ବଦନାମ କରାନଯାଉ ବୋଲି କହି ପ୍ରଭାତଙ୍କ ଉପରେ ଜୋରଦାର ବର୍ଷିଥିଲେ । ସେ ଦଳରେ ନଥାଇ ଦଳ ଉପରେ କାହିଁକି ମନ୍ତବ୍ୟ ଦେଉଛନ୍ତି? ବୋଏଲି ପ୍ରଶ୍ନ କରିଥିଲେ । ଯାହାର ଆଜି ଏପରି କିଛି କଡା ଜବାବ ରଖିଛନ୍ତି ପ୍ରଭାତ ।
Comments are closed.