Latest Odisha News

ଏସଟିଏଫ ହାତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏସଟିଏଫ ହାତରେ ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ। ଜାଲ ନୋଟ ରାକେଟ ର ପର୍ଦ୍ଦା ଫାସ କରିଛି ଏସଟିଏଫ। ଟିଟିଲାଗଡରେ ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଗୁରୁବାର ଜବତ ହୋଇଛି। ଜାଲ ନୋଟ୍‌ ରାକେଟ ଠାବ ହେବା ସହ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି।

ଟିଟିଲାଗଡରୁ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ ଟିମ୍‌। ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ ବୋଲି ଜଣାପଡିଛି। ହାଇ କ୍ୱାଲିଟି ଜାଲ୍‌ ନୋଟ୍‌ ଛାପୁଥିବା ନେଇ ଏସଟିଏଫ ଟିମ୍‌ ଖୋଳତାଡ କରୁଛି। ଆନ୍ତଃରାଜ୍ୟ ଲିଙ୍କ୍‌ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି। ଏନେଇ STF DIG ପିନାକ ମିଶ୍ର ପ୍ରେସ ମିଟ କରି ସୂଚନା ଦେଇଛନ୍ତି।

Comments are closed.