Latest Odisha News

BREAKING NEWS

ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି ବ୍ୟକ୍ତିଗତ ମାଲିକାନାକୁ ଯାଇପାରିବ ନାହିଁ: ହାଇକୋର୍ଟ

କଟକ: ସର୍ବସାଧାରଣଙ୍କ ପାଇଁ ସଂରକ୍ଷିତ ଥିବା ଗୋଚର, ରକ୍ଷିତ ଜମି କୌଣସି ବ୍ୟକ୍ତିଙ୍କ ନାମରେ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି। ଯାଜପୁର ଜିଲ୍ଲାର ସନାତନ ନାୟକଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ ପାଣିଗ୍ରାହୀ ଏହି ରାୟ ଦେଇଛନ୍ତି।

ସର୍ବସାଧାରଣଙ୍କ ଜମି ଏକ ବୃହତ୍ତର ଗୋଷ୍ଠୀଙ୍କ କାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଏଭଳି ଜମିକୁ କେବେହେଲେ ବ୍ୟକ୍ତିଗତ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ। ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଅବଶ୍ୟ କିଛି କିଛି ବିଶେଷ ଘଟଣାରେ ଏଥିପାଇଁ ଅନୁମତି ଦିଆଯାଇପାରେ। ଯେଉଁମାନେ ପ୍ରକୃତରେ ଭୂମିହୀନ ବା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକ ସେମାନଙ୍କୁ ଆବଶ୍ୟକସ୍ଥଳରେ ଏହି ଜମିକୁ ଲିଜ୍‌ ସୂତ୍ରରେ ଦିଆଯାଇପାରେ ।

ସେହିପରି ସମୂହ କାମରେ ଲାଗୁଥିବା ବିଦ୍ୟାଳୟ ଅବା ମେଡିକାଲ ନିର୍ମାଣ କ୍ଷେତ୍ରରେ ସର୍ବସାଧାରଣଙ୍କ ଜମି ବ୍ୟବହାର କରାଯାଇପାରିବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।

Comments are closed.