Latest Odisha News

BREAKING NEWS

ଉପ- ପ୍ରଧାନମନ୍ତ୍ରୀ ହୁଅନ୍ତୁ ନିତିଶ କୁମାର: ବିଜେପି ନେତା ଅଶ୍ବିନୀ ଚୌବେ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଏବଂ ନୀତିଶ କୁମାରଙ୍କ ଯୋଡ଼ି ରାମ ଓ ଲକ୍ଷ୍ମଣଙ୍କ ଯୋଡ଼ି ଭଳି। ନୀତିଶ କୁମାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦବୀ ଆଉ ବଡ଼ ପଦବୀ ହୋଇରହିନାହିଁ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ।

ସେ ଆହୁରି ମଧ୍ଯ କହିଛନ୍ତି, ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇ ରହିବା କୌଣସି ଛୋଟ କଥା ନୁହେଁ। ଏବେ ବିହାର ଚାହୁଁଛି ଯେ ଆମ ନୀତିଶ ଭାଇ ଏନଡିଏର ସଂଯୋଜକ ହୁଅନ୍ତୁ ଏବଂ ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳରେ ଉପ-ପ୍ରଧାନମନ୍ତ୍ରୀ ବନନ୍ତୁ।

ଉଲ୍ଲେଖଯୋଗ୍ୟ, ଅଶ୍ୱିନୀ କୁମାର ଚୌବେ ମଧ୍ୟ ନୀତିଶ କୁମାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ଏହାବ୍ୟତୀତ ସେ ୧୦ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ସେ ବକ୍ସର ଲୋକସଭା ଆସନରୁ ଦୁଇଥର ଲୋକସଭା ନିର୍ବାଚନ ଜିତିବା ସହ ଅନେକ ଥର ଭାଗଲପୁରରୁ ବିଧାୟକ ମଧ୍ଯ ରହିଥିଲେ। ତେବେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ନିକଟତର ବୋଲି ମଧ୍ୟ ବିବେଚନା କରାଯାଏ।

 

Comments are closed.