Latest Odisha News

BREAKING NEWS

୧୨୫ ନୁହେଁ, ଚୀନ ଉପରେ ୧୪୫ ପ୍ରତିଶତ ଶୁଳ୍କ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ଚାଲିଛି ଶୁଳ୍କ ଯୁଦ୍ଧ । ଆମେରିକା ଏବଂ ଚୀନ ମଧ୍ୟରେ ଏବେ ଶୁଳ୍କ ଯୁଦ୍ଧ ବେଶୀ ତେଜିଛି । ପୂର୍ବରୁ ଚୀନ ଉପରେ ଆମଦାନୀ ବାବଦ ୧୨୫ ପ୍ରତିଶତ ଶୁଳ୍କ ଆମେରିକା ଆଦାୟ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଏହାକୁ ୧୪୫ ପ୍ରତିଶତକୁ ବୃଦ୍ଧି କରିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଚୀନ୍ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି ପାଇବା ନେଇ ଗତକାଲି ନିଶ୍ଚିତ କରିଛି ହ୍ବାଇଟ୍ ହାଉସ୍ ।

ତେବେ ଟ୍ରମ୍ପ ଏଇ ବୁଧବାର ପାଖାପାଖି ୭୫ଟି ଦେଶ ଉପରେ ନୂତନ ଶୁଳ୍କ ବୃଦ୍ଧିକୁ ୯୦ ଦିନ ପାଇଁ ବିରତ ରଖିଥିବା ବେଳେ, ଚୀନ୍ ଆମଦାନୀ ଉପରେ ନୂତନ ଶୁଳ୍କ ୧୨୫ ପ୍ରତିଶତ ବୃଦ୍ଧି କରିଥିଲେ । କିନ୍ତୁ ପରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଥିଲା ଯେ, ଏହା ପୂର୍ବ ୨୦ପ୍ରତିଶତ ଶୁଳ୍କ ସହିତ ଅତିରିକ୍ତ ଶୁଳ୍କକୁ ଲାଗୁ ହେବ । ପୂର୍ବ ପ୍ରଶାସନର ପୂର୍ବ ଶୁଳ୍କକୁ ଯୋଡିକି ନୂଆ ଶୁଳ୍କ ଲାଗୁ କରିଛନ୍ତି । ଚଳିତ ବର୍ଷ ଆରମ୍ଭରେ ପ୍ରଚଳିତ ୨୦ପ୍ରତିଶତ ଶୁଳ୍କ ଉପରେ ଆଧାରିତ, ଫେଣ୍ଟାନିଲ୍ ଯୋଗାଣ ଶୃଙ୍ଖଳାରେ ଚୀନର ସମ୍ପୃକ୍ତିକୁ ଉଲ୍ଲେଖ କରି ମୋଟ ଶୁଳ୍କ ୧୪୫ ପ୍ରତିଶତକୁ ବୃଦ୍ଧି କରିଛି ।

ସେପଟେ ଟ୍ରମ୍ପଙ୍କ ଏହି ନୀତି ବିଶ୍ବ ବଜାରରେ ହଇଚଇ ସୃଷ୍ଟି କରିଥିବା ବେଳେ କ୍ୟାବିନେଟ୍ ବୈଠକରେ ଭାଷଣ ଦେଇ ଟ୍ରମ୍ପ୍ ତାଙ୍କର ଶୁଳ୍କ ନୀତି ନେଇ ସଫେଇ ଦେିଛନ୍ତି । କହିଛନ୍ତି, ଆମେରିକା ବହୁତ ଭଲ ସ୍ଥିତିରେ ଅଛି । ଦେଶ ଯେପରି ଚାଲିଛି ସେଥିରେ ଆମେ ବହୁତ ଖୁସି । ଆମେ ବିଶ୍ୱକୁ ଆମ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରିବାକୁ ଚେଷ୍ଟା କରୁଛୁ । ଏଥିସହିତ ଟାରିଫ୍ ନେଇ ଦେଶମାନଙ୍କୁ ଅଫର୍ ଦେିଛନ୍ତି ଟ୍ରମ୍ପ, ଯଦି ଦେଶ ମାନେ ପ୍ରତିଶୋଧ ନିଅନ୍ତି ନାହିଁ, ତେବେ ସେମାନଙ୍କୁ ପୁରସ୍କୃତ କରାଯିବ ।

ତେବେ ଚୀନ ପ୍ରତିଶୋଧ ପରାୟଣ ହୋଇ ଆମେରିକା ଉପରେ ୮୪ ପ୍ରତିଶତ ଟାରିଫ୍ ଲାଗୁ କରିବା ପରେ, ଆମେରିକାର ଏଭଳି ପଦକ୍ଷେପ ସାମ୍ନାକୁ ଆସିଛି । ଯାହା ଗୁରୁବାରଠାରୁ ଲାଗୁ ହୋଇଛି । ସେପଟେ ଚୀନ୍ ଅନ୍ୟ ଦେଶମାନଙ୍କ ସହିତ ଯୋଗାଯୋଗ କରୁଛି । ଆମେରିକା ଅଧିକ ଶୁଳ୍କ ଲଗାଇ ଚୀନ ଉପରେ ଚାପ ପକାଉଥିବା ବେଳେ ୱାଶିଂଟନକୁ ପଛକୁ ହଟିବାକୁ ବାଧ୍ୟ କରିବା ପାଇଁ ମିଳିତ ମୋର୍ଚ୍ଚା ଗଠନ କରିବା ନେଇ ଚେଷ୍ଟା ଜାରି ରଖିଛି ଚୀନ । କିନ୍ତୁ ସୂତ୍ରରୁ ଯାହା ଜଣାପଡୁଛି, ଅନେକ ଦେଶ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧର ମୁଖ୍ୟ ଲକ୍ଷ୍ୟ ସହିତ ସହଯୋଗୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଟ୍ରମ୍ପଙ୍କ ଟାରିଫ୍ ମାଡରେ ଟିକିଏ ବି ଇତସ୍ତତଃ ହେଉନାହିଁ ଚୀନ । ସିଧା ସଧା ଚୀନ ଏନେଇ ଆଲୋଚନା କରିବାକୁ ମନା କରିଦେିଛି । ଶୁଳ୍କ ଯୁଦ୍ଧରେ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି କହିଛି । ଯାହା ଫଳରେ ଟ୍ରମ୍ପ ଚୀନ୍ ଆମଦାନୀ ଉପରେ ଟିକସ ହାରକୁ ଆହୁରି ବୃଦ୍ଧି କରିବାରେ ଲାଗିଛନ୍ତି । ବୁଧବାର ପ୍ରାରମ୍ଭରେ ଏହାକୁ ୧୨୫ ପ୍ରତିଶତ ଭାବରେ ଘୋଷଣା କରାଯାଇଥିଲା ବେଳେ ଏଥିରେ ଫେଣ୍ଟାନିଲ୍ ଉତ୍ପାଦନରେ ଚୀନ୍ ର ଭୂମିକା ସହିତ ଜଡିତ ୨୦ପ୍ରତିଶତ ଶୁଳ୍କ ଅନ୍ତର୍ଭୁକ୍ତ କରି ପୁଣି ଏହାକୁ ୧୪୫ ପ୍ରତିଶତ ଯାଏଁ ବୃଦ୍ଧି କରିଛନ୍ତି । ଯାହାର ଜବାବରେ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆ କହିଛନ୍ତି, ବେଜିଂ ଏକ ବାଣିଜ୍ୟ ଯୁଦ୍ଧ ଲଢ଼ିବାକୁ ଚାହୁଁନାହିଁ । କିନ୍ତୁ ଯଦି ଶୁଳ୍କ ଶତ୍ରୁତା ସେହି ସ୍ତରରେ ପହଞ୍ଚିଲାଣି, ତେବେ ଏଥିରେ ଚୀନ ମଧ୍ୟ ପଛଘୁଞ୍ଚା ଦେବ ନାହିଁ । ଏଥିସହିତ ଆମେରିକାର ଏଭଳି ପଦକ୍ଷେପ ପାଇଁ ନିନ୍ଦା ମଧ୍ୟ କରିଛନ୍ତି କହିଛନ୍ତି, ଏକ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଅନେକଙ୍କ ସମର୍ଥନ ପାଇଥାଏ । କିନ୍ତୁ ଆମେରିକାର କାର୍ଯ୍ୟଗୁଡ଼ିକ ଅଲୋକପ୍ରିୟ ଏବଂ ବିଫଳତାରେ ଶେଷ ହେବ । ଏଥିରେ ଚୀନ କେବେ ବି ଚୁପ୍ ବସିବ ନାହିଁ ଆମେରିକାକୁ ଚେତାବନୀ ବି ଦେଇଛନ୍ତି ।

Comments are closed.