Latest Odisha News

BREAKING NEWS

କେକେଆର ପରେ ଆରସିବି ଘରୋଇ ପିଚକୁ ଦେଲା ଦୋଷ

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୫ଟି ମ୍ୟାଚରୁ ୨ଟି ମୁକାବିଲାରେ ପରାଜିତ ହୋଇଛି । ଏହି ଦୁଇ ମ୍ୟାଚ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିଲା । ଘରୋଇ ପିଚରେ କ୍ରମାଗତ ପରାଜୟକୁ ଆରସିବି ଟିମ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରି ନାହିଁ । ଓଭରାଲ ଦେଖିବାକୁ ଗଲେ ଆରସିସି ଘରୋଇ ପିଚରେ ୯୩ ମ୍ୟାଚ ଖେଳିଛି । ଏଥିରେ ୪୩ରେ ବିଜୟ ହୋଇଥିବା ବେଳେ ୪୫ରେ ପରାଜିତ ହୋଇଛି । ଆରସିବି ମେଂଟର ଦୀନେଶ କାର୍ତିକ ଏବେ ଘରୋଇ ପିଚକୁ ସମାଲୋଚନା କରିଛନ୍ତି । ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବା ପିଚ କରିବା ପାଇଁ କୁହାଯାଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନାହିଁ ।

ପୂର୍ବରୁ କେକେଆରର ଅଜିଙ୍କ୍ୟ ରାହାନେ ମଧ୍ୟ ସମାନ ଅଭିଯୋଗ ଇଡେନଗାର୍ଡେନକୁ ନେଇ ଆଣିଥିଲା । ଇଡେନର ପିଚ କ୍ୟୁରେଟର କିନ୍ତୁ ତାଙ୍କୁ ସମାଲୋଚନା କରିଥିଲେ । କାର୍ତିକଙ୍କ କହିବା ଅନୁସାରେ ଟି୨୦ରେ ଯଦି ବ୍ୟାଟ୍ସମ୍ୟାନ ରନ କରିବାକୁ ସଂଘର୍ଷ କରିବ ତେବେ ଏହା ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିବନି । ଏଠାରେ ତ ସିଙ୍ଗଲ୍ସ ନେବା ମଧ୍ୟ କଷ୍ଟକର ହୋଇ ପଡିଥିଲା । ଅପରପକ୍ଷରେ ସମୀକ୍ଷକଙ୍କ ମତରେ ଏଠାକାର ପିଚ ସ୍ପିନରଙ୍କୁ ସୁହାଇଥିଲା । ତେବେ କେଏଲ ରାହୁଲଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଆରସିବି ପରାଜିତ ହୋଇଥିଲା । ଯଦି ଏହି ମ୍ୟାଚରେ ଦଳ ବିଜୟୀ ହୋଇଥାନ୍ତା ତେବେ କଣ ଏ ଭଳି ପ୍ରଶ୍ନ ଉଠାଇଥାନ୍ତା କି । ଆରସିବି ୫ ଟି ମ୍ୟାଚରେ ୩ଟି ବିଜୟ ଓ ୨ଟି ପରାଜୟବରଣ କରିଛି । ଅପରପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୪ଟି ଯାକ ମ୍ୟାଚରେ ଅପରାଜେୟ ରହିଛି ।

Comments are closed.