ଢେଙ୍କାନାଳ: ମୂଷାମରା ଔଷଧ ଖାଇ ୬ ଶିଶୁ ଗୁରୁତର । ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା ବେଲଟିକିରି ପଞ୍ଚାୟତ ଅନ୍ତର୍ଗତ ଜଙ୍ଖିରା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ।
ମିଳିଥିବା ସୂଚନା ଅନୁସାରେ, ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମଚାରୀ ମୂଷା ମାରିବା ପାଇଁ ଔଷଧ ରଖିଥିଲେ । ପିଲାମାନେ ତାହାକୁ ଚକୋଲେଟ ଭାବି ଖାଇଦେଇଥିଲେ । କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନେ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା ।
ବର୍ତ୍ତମାନ ସମସ୍ତ ଶିଶୁଙ୍କ ଚିକିତ୍ସା ଜାରି ରହିଛି । ଏଭଳି ଘଟଣା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
Comments are closed.