Latest Odisha News

BREAKING NEWS

୫୯ ବଲ ବାକି ଥାଇ ଚେନ୍ନାଇକୁ ହରାଇଲା କେକେଆର

ଚେପକ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଚେନ୍ନାଇ ସୁପର କିଙ୍ଗସର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଉଭୟ ବ୍ୟାଟିଂ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଏକତରଫା ଭାବେ ଚେନ୍ନାଇକୁ ପରାସ୍ତ କରିଛି । ହାତରେ ୫୯ ବଲ ବାକି ଥାଇ କେକେଆର ଏହି ମ୍ୟାଚ ଜିତିଛି । ପ୍ରଥମ ଥର ପାଇଁ ଆଇପିଏଲରେ ଚେନ୍ନାଇ କ୍ରମାଗତ ୫ଟି ମ୍ୟାଚରେ ପରାଜିତ ହୋଇଛି । ସେହିପରି ଚେପକରେ ମଧ୍ୟ ପ୍ରଥମ ଥର କ୍ରମାଗତ ୩ଟି ମ୍ୟାଚ ହାରିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୦୩ ରନ କରିଥିଲା । ଶିବମ ଦୁବେ ଦଳ ପକ୍ଷରୁ ସର୍ବାଧିକ ୩୧ ରନ କରି ଅପରାଜିତ ରହିଥିଲେ । କେକେଆର ପକ୍ଷରୁ ସୁନୀଲ ନାରିନ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତି ୨ଟି ଲେଖାଏଁ ୱିକେଟ ନେଇଥିଲେ ।

୧୦୪ ରନର ବିଜୟ ଲକ୍ଷ୍ୟକୁ କେକେଆର ୧୦.୧ ଓଭରରେ ୨ଟି ୱିକେଟ ହରାଇ ହାସଲ କରି ନେଇଥିଲା । ସୁନୀଲ ନାରିନ ୪୪ ଓ କ୍ୱିଂଟନ ଡିକକ ୨୩ ରନ କରିଥିଲେ । ଅଜିଙ୍କ୍ୟ ରାହାଣେ ୨୦ ଓ ରିଙ୍କୁ ସିଂ ୧୫ ରନ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ନୂର ଅହମ୍ମଦ ଓ ଅଂଶୁଲ କମ୍ବୋଜ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଚେନ୍ନାଇ ୬ ମ୍ୟାଚରୁ ୨ ଓ କେକେଆର ୬ ମ୍ୟାଚରୁ ୬ ପଂଏଟ ହାସଲ କରିଛି ।

Comments are closed.