Latest Odisha News

BREAKING NEWS

ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିରେ ହାଜର ହେଲା ପୁତୁରା

କେନ୍ଦୁଝର: ସଦର ଥାନା ତଳପଇଁସାରି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ। ଦାଦାକୁ ହାଣି କଟା ମୁଣ୍ଡ ଧରି ଫାଣ୍ଡିକୁ ଗଲା ପୁତୁରା। ଦାଦାକୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କଲା ପୁତୁରା। ହତ୍ୟା ପରେ ଶୁଆକାଟି ଫାଣ୍ଡିରେ କଟା ମୁଣ୍ଡଧରି ପହଞ୍ଚିଲା।

ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ତଳପଇଁସାରି ଗାଁରେ। ଗତକାଲି କୌଣସି କଥାକୁ ନେଇ ଦାଦା ଏବଂ ପୁତୁରା ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପୁତୁରା ନିଜ ଦାଦାକୁ ଟାଙ୍ଗିଆ ହାଣି ହତ୍ୟା କରିଛି।

ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ଶୁଆକାଟି ଫାଣ୍ଡିରେ ହାଜର ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Comments are closed.