Latest Odisha News

BREAKING NEWS

ପୋଷ୍ଟମାଷ୍ଟରଙ୍କ ହାତଗୋଡ଼ ବାନ୍ଧି ଲୁଟିନେଲେ ୫ ଲକ୍ଷ ଟଙ୍କା

ସୋର: ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ  ଲୁଟ୍‌ । ଏନେଇ ସେ ସୋର ଥାନାରେ ଅଭିଯୋଗ କରିଛନ୍ତି।

ଖବରମୁତାବକ,ବିଳମ୍ବିତ ରାତିରେ ପରିବାର ଲୋକେ ଶୋଇଥିବବେଳେ ୪ ଜଣ ଯୁବକ ମୁହଁରେ କପଡା ବାନ୍ଧି ଘର ପଛ ପଟେ ଦେଇ ପଶିଥିଲେ। ସେମାନେ ବଟକୃଷ୍ଣ ଓ ସ୍ତ୍ରୀ ସୁରତୀଙ୍କ ହାତଗୋଡ଼ ବାନ୍ଧି ଭୁଜାଲି ଦେଖାଇ ଭୟଭୀତ କରିଥିଲେ । ଏଥିସହ ସହ ସୁନନ୍ଦାଙ୍କ ବେକରେ ଭୁଜାଲି ଲଗାଇ ତାଙ୍କଠାରୁ ଆଲମାରି ଚାବି ନେଇଯାଇଥିଲେ ।ଏହାପରେ ନଗଦ ୫ ଲକ୍ଷ ଟଙ୍କା, ଗୋଟେ ହାର, ୨ ହଳ କାନଫୁଲ, ଗୋଟେ ସୁନା ଚେନ୍‌ ଲୁଟି ନେଇ ଚମ୍ପଟ ମାରିଥିଲେ ।

ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.