Latest Odisha News

BREAKING NEWS

ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ, ୫ଟି ଟିଫିନ ବୋମା ଜବତ

ବିଜାପୁର: ପଣ୍ଡ ହେଲା ମାଓବାଦୀଙ୍କ ବଡ଼ ଯୋଜନା। ଦୁଇଟି ଟିଫିନ ବୋମା ଜବତ କଲେ ସୁରକ୍ଷାକର୍ମୀ। ଛତିଶଗଡ଼ ବିଜାପୁର ଜିଲ୍ଲା ମାନକେଲି ଗାଁ ନିକଟରୁ ମାଓବାଦୀ ଖଞ୍ଜିଥିବା ୫ ଟିଫିନ ବୋମା ଠାବ ହୋଇଛି। ଦୁଇରୁ ପାଞ୍ଚ ମିଟର ଦୂରତା ମଧ୍ଯରେ ୨ କିଲୋଗ୍ରାମ ଓଜନର ୩ଟି ବିୟର ବୋମା ଓ ୨ଟି ଟିଫିନ ବୋମା ଜବତ ହୋଇଛି।

ଯବାନଙ୍କୁ ଟାର୍ଗେଟ କରି ଏହି ବୋମା ଖଞ୍ଜାଯାଇଥିଲା। ସୁରକ୍ଷା ବାହିନୀର ସତର୍କତା ଏବଂ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଇଇଡି ଗୁଡିକୁ ଠାବ ପରେ ନିଷ୍କ୍ରିୟ କରିଛନ୍ତି। ସେହିପରି ନାରାୟଣପୁର ସୀମାନ୍ତ କୋଣ୍ଡାଗାଁରେ ପୋଲିସ ଓ ମାଓବାଦୀ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଛି।

ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ପୂର୍ବ ବସ୍ତର ମାଓ ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେଙ୍କର ମୃତ୍ୟୁ ହୋଇଛି। ଏହି ୨ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ଥିଲା।

Comments are closed.