Latest Odisha News

BREAKING NEWS

ଲକ୍ଷ୍ନୌ ଟିମ ସହିତ ଯୋଗ ଦେଲେ ୧୫୬ କିମି ବେଗରେ ବୋଲିଂ କରୁଥିବା ବୋଲର

ଲକ୍ଷ୍ନୌ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସର ପ୍ରଦର୍ଶନକୁ ଯୁବ ପେସ ବୋଲର ମୟଙ୍କ ଯାଦବଙ୍କ ଅନୁପସ୍ଥିତି ପ୍ରଭାବିତ କରୁଥିଲା । ସେ ଆଘାତ ସମସ୍ୟାରୁ ମୁକୁଳି ପାରି ନ ଥିବାରୁ ଏ ପର୍ଯ୍ୟନ୍ତ ଲକ୍ଷ୍ନୌ ପକ୍ଷରୁ ଗୋଟିଏ ବି ମ୍ୟାଚ ଖେଳିପାରି ନାହାନ୍ତି । ଲକ୍ଷ୍ନୌ ଟିମ ବୁଧବାର ସେ ସମ୍ପୂର୍ଣ୍ଣ ଫିଟ ହୋଇଥିବା ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛି । ଯେତେଦୂର ସମ୍ଭବ ସେ ଏପ୍ରିଲ ୧୯ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଖେଳି ପାରନ୍ତି । ମୟଙ୍କ ଇତି ମଧ୍ୟରେ ଟିମ ସହିତ ଯୋଗ ଦେଇଛନ୍ତି । ୨୦୨୪ ଆଇପିଏଲରେ ମୟଙ୍କ ତାଙ୍କ ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ସେ ୧୫୬ କିଲୋମିଟର ପ୍ରତି ବେଗରେ ବୋଲିଂ କରିବା ସହ ୪ ମ୍ୟାଚରେ ୭ ୱିକେଟ ନେଇଥିଲେ । ଏହି ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଟିମ ପକ୍ଷରୁ ଖେଳିବା ସୁଯୋଗ ମଧ୍ୟ ମିଳିଥିଲା । ସେ ୩ଟି ମ୍ୟାଚରେ ୪ଟି ୱିକେଟ ନେଇଥିଲେ । ବାରମ୍ବାର ଆଘାତପ୍ରାପ୍ତ ହେଉଥିବାରୁ ମୟଙ୍କ ତାଙ୍କ ବୋଲିଂ ଶୈଳୀରେ ସାମାନ୍ୟ ପରିବର୍ତନ କରିଛନ୍ତି । ଲକ୍ଷ୍ନୌ ଟିମ ଚଳିତ ସଂସ୍କରଣରେ ୭ଟି ମ୍ୟାଚରୁ ୩ଟିରେ ବିଜୟ ହାସଲ କରିଛି ।

Comments are closed.