Latest Odisha News

BREAKING NEWS

ଗୋଆରେ ପ୍ରଦର୍ଶିତ ହେବ ଓଡ଼ିଆ ଫିଲ୍ମ ‘ଲଢେଇ’

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ ବଡ ଖୁସି ଖବର।ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଲଢେଇ’ ଆଗାମୀ ଦିନରେ ଗୋଆରେ ପ୍ରଦର୍ଶିତ ହେବାକୁ ଯାଉଛି। ଗୋଆ ସରକାର ଏକଥା ସ୍ପଷ୍ଟ କରିଛନ୍ତି।

ନିକଟରେ ଗୋଆ ଓଡ଼ିଆ ସମାଜ ଏବଂ ଗୋଆ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅବସରରେ ଗୋଆ ଠାରେ ଏକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଆ ବିଜେପି ସଭାପତି ଦମୁ ନାୟକ, ରାଜ୍ୟସଭା ସାଂସଦ ସଦାନନ୍ଦ ସେତ ତାନବାଡେ, ସୁଖ୍ୟାତ ଲେଖକ ଚାରୁଦତ୍ତ ପାଣିଗ୍ରାହୀ, ସ୍ବର୍ଣ୍ଣପ୍ରଭା ମିଶ୍ର, ଗଗନ ବିହାରୀ ଦାସ, ସୁକାନ୍ତ ମିଶ୍ର, ତ୍ରିଲୋଚନ ପାଣିଗ୍ରାହୀ, ସୁରଥ ଘଡେଇ, ଜନ୍ମେଜୟ ଦାସ ଓ ରତ୍ନାପ୍ରଭା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ‘ଲଢେଇ’ ଚଳଚ୍ଚିତ୍ରର ପ୍ରଯୋଜକ ଦେବାଶିଷ ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଯୋଜକ ସରୋଜ ଦାସ, ନିର୍ଦ୍ଦେଶକ ଅଶୋକ ପତି, ଅଭିନେତା ଲୋହିତାକ୍ଷ ପଟ୍ଟନାୟକ, ଅଭିନେତ୍ରୀ ଅଭିଲିପ୍ସା, ସ୍ମିତା ଚୌଧୁରୀ ପ୍ରମୁଖଙ୍କୁ ଗୋଆ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କେବଳ ସେତିକି ନୁହେଁ ଲଢେଇ ଟିମ ଗୋଆର ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ପାଣ୍ଡୁରଙ୍ଗ ସାୱନ୍ତଙ୍କୁ ମଧ୍ୟ ଭେଟିଥିଲେ। ଗୋଆରେ ‘ଲଢେଇ’ ପ୍ରଦର୍ଶିତ ହେଲେ ଗୋଆ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ଗୌରବର ବିଷୟ ଏବଂ ଭବିଷ୍ୟତରେ ଅନ୍ୟାନ୍ୟ ଓଡ଼ିଆ ସିନେମା ପାଇଁ ବାଟ ଫିଟାଇବ । ଏ କାର୍ଯ୍ୟକ୍ରର ନେତୃତ୍ୱ ନେଇଥିଲେ ସ୍ବର୍ଣ୍ଣପ୍ରଭା ମିଶ୍ର ଏବଂ ଓଡ଼ିଆ ସମାଜ ପକ୍ଷରୁ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସାଂସ୍କୃତିକ ପରାମର୍ଶ ଦାତା ଭାବେ କାର୍ଯ୍ୟ କରୁଥିବା ଡ. ଚାରୁଦତ୍ତ ପାଣିଗ୍ରାହୀ ତାଙ୍କୁ ସହଯୋଗ କରିଥିଲେ। ‘ଲଢେଇ’ ଶୀଘ୍ର ବଡ ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

 

Comments are closed.