ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ତାଙ୍କ ଅଳ୍ପ ଦିନ ଫିଲ୍ମ କ୍ୟାରିୟରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ ଭଲ ଫିଲ୍ମ ଚୟନ କରୁଥିଲେ । ୨୦୨୦ରେ ହଠାତ ତାଙ୍କ ମୃତ୍ୟୁ ଖବର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦୋହାଲାଇ ଦେଇଥିଲା । ଯେତେବେଳେ ତାଙ୍କର ମୃତ୍ୟୁ ହେଲା ସେତେବେଳେ ଅନେକଗୁଡିଏ ଭଲ ଫିଲ୍ମ ତାଙ୍କ ହାତମୁଠାରେ ଥିଲା । କାର୍ତିକ ଆର୍ଯ୍ୟନଙ୍କ ବହୁଚର୍ଚ୍ଚିତ ହିଟ ଫିଲ୍ମ ଚନ୍ଦୁ ଚାମ୍ପିୟନ ପାଇଁ ସୁଶାନ୍ତ ପ୍ରଥମ ପସନ୍ଦ ଥିଲେ । ସେ ଏଥିପାଇଁ ରାଜି ମଧ୍ୟ ହୋଇଥିଲେ । ଚନ୍ଦୁ ଚାମ୍ପିୟନରେ ଅଭିନୟ କରିଥିବା ଭୁବନ ଆରୋରା ଏହା କହିଛନ୍ତି । ସୁଶାନ୍ତଙ୍କ ନିକଟରେ ଫିଲ୍ମର କାହାଣୀ ଅଧିକାର ମଧ୍ୟ ଥିଲା ।
ମୁରଲୀକାନ୍ତ ପେଟକରାଙ୍କ ନିକଟରୁ ସେ ଏହା କିଣିଥିଲେ । ଫିଲ୍ମ ହେଲା ସମସ୍ତେ ରହିଲେ, ହେଲେ ସୁଶାନ୍ତ ରହିଲେ ନାହିଁ ବୋଲି ଭାବପ୍ରବଣ ହୋଇ କହିଛନ୍ତି । ଭାରତ ପାଇଁ ପ୍ରଥମ ପାରା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମୂରଲୀକାନ୍ତ ପେଟକରଙ୍କ ଜୀବନୀ ଉପରେ ଚନ୍ଦୁ ଚାମ୍ପିୟନ ଆଧାରିତ । ଏହି ଫିଲ୍ମରେ କାର୍ତିକ ଆର୍ଯ୍ୟନଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଇଛି ।
Comments are closed.