ଭୁବନେଶ୍ବର:ଆସନ୍ତା ୩୦ ତାରିଖରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ପାଳନ ହେବ । ଅର୍ଥାତ୍ ଏପ୍ରିଲ ୩୦ରେ ଅକ୍ଷୟ ତୃତୀୟା ପାଳନ କରାଯିବ । ତେବେ ଚଳିତ ଅକ୍ଷୟ ତୃତୀୟାରେ ସର୍ବାର୍ଥ ସିଦ୍ଧି ଯୋଗ,ଶୋଭନ ଯୋଗ ଓ ରବି ଯୋଗ ସୃଷ୍ଟି ହେଉଛି ।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ ସଂଯୋଗ ୫ଟି ରାଶିକୁ ଅଧିକ ଲାଭ ଦେଇପାରେ। ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ କେଉଁ ୫ଟି ରାଶିର ଭାଗ୍ୟରେ ହଠାତ୍ ପରିବର୍ତ୍ତନ ହେବ । ଏଥିସହ ଏମାନେ ହେବେ ଧନରେ ହେବେ ମାଲାମାଲ୍ ।
ବୃଷ- ଦୁର୍ଲଭ ସଂଯୋଗ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ବିଶେଷ ଲାଭ ମିଳିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ ଓ ଚାକିରି କ୍ଷେତ୍ରରେ ଶୁଭ ଖବର ମିଳିବ । ଏଥିସହ ଏହା ଟଙ୍କା ନିବେଶ ପାଇଁ ଭଲ ସମୟ, ଏଥିରୁ ଲାଭବାନ୍ ହେବେ ।
କୁମ୍ଭ- ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ । ବ୍ୟବସାୟୀ ଲାଭବାନ୍ ହେବେ । ଘରେ ହସଖୁସିର ବାତାବରଣ ରହିବ । ପରିବାରର କୌଣସି ସଦସ୍ୟଙ୍କଠାରୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମିଳିପାରେ। ବ୍ୟବସାୟ କରୁଥିବା ଲୋକମାନଙ୍କର ଲାଭରେ ଅପ୍ରତ୍ୟାଶିତ ବୃଦ୍ଧି ହେବାର ସମ୍ଭାବନା ଅଛି। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଦୈନିକ ଆୟ ବୃଦ୍ଧି ପାଇବ।
ମକର- ନୂତନ କାମ କିମ୍ବା ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟଟି ଉପଯୁକ୍ତ ରହିଛି। ଯଦି ଆପଣଙ୍କର କୌଣସି କାମ ଦୀର୍ଘ ସମୟ ଧରି ଅଟକି ରହିଛି, ତେବେ ତାହା ସଫଳ ହେବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।
ତୁଳା- ହଠାତ୍ ଆୟର ଏକ ନୂତନ ଉତ୍ସର ବାଟ ମିଳିବ। ପରିବାର ପାଇଁ ଯାନବାହନ କିଣିବାର ସମ୍ଭାବନା ରହିଛି। ସହଜରେ ଟଙ୍କା ସଞ୍ଚୟ ହେବ । ବ୍ୟବସାୟରେ ହଠାତ୍ ଆର୍ଥିକ ଲାଭ ମିଳିବ।
କର୍କଟ- ନୂଆ ଚାକିରି ମିଳିବାର ଯୋଗ ରହିଛି । ହଠାତ୍ ଅଟକି ଥିବା ଧନ ପ୍ରାପ୍ତି ହେବ । ହଠାତ୍ ଅଟକି ରହିଥିବା ଟଙ୍କା ମିଳିଯିବ। ସୁନା ଏବଂ ରୂପା କିଣିବା ଦ୍ୱାରା ଆପଣଙ୍କୁ ଉତ୍କୃଷ୍ଟ ଫଳାଫଳ ମିଳିବ। ଭ୍ରମଣରୁ ଆର୍ଥିକ ଲାଭର ସମ୍ଭାବନା ରହିଛି ।
Comments are closed.