କଟକ: ଏସ୍ସିବି ଓ ଶିଶୁଭବନରେ ଏପିଲେପ୍ସି ସର୍ଜରି ଚିକିତ୍ସା ଅଭାବରୁ ଏବେ ବାହାର ରାଜ୍ୟକୁ ଯାଉଛନ୍ତି ଶିଶୁରୋଗୀ । ବର୍ଷକୁ ଚିକିତ୍ସା ପାଇଁ ୨ ଶହ ଶିଶୁ ମୁମ୍ବାଇ ଯାଉଥିବା ନେଇ ସୂଚନା ରହିଛି । କେବଳ କଟକ ଜିଲ୍ଲାରୁ ପ୍ରାୟ ୪୦ଜଣ ଶିଶୁ ମୁମ୍ବାଇ ଯାଉଛନ୍ତି ।
ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଉକ୍ତ ଶିଶୁମାନଙ୍କୁ ଚିହ୍ନଟ କରାଯାଇ ମୁମ୍ବାଇସ୍ଥିତ ଏଚଆରପିସି ଚିଲଡ୍ରେନ୍ ହସ୍ପିଟାଲକୁ ପଠାଯାଉଛି । ଏସସିବି ଓ ଶିଶୁଭବନରେ ଏପିଲେପ୍ସି ସର୍ଜରି ଓ ହୃଦ୍ ଅସ୍ତ୍ରୋପଚାର ପାଇଁ ରାଜ୍ୟ ବାହାରର ୫ଟି ହସ୍ପିଟାଲକୁ ଏବେ ଶିଶୁଙ୍କୁ ପଠାଯାଉଛି ।
ତେବେ ଏସସିବି ମେଡିକାଲରେ ଏପିଲେପ୍ସି ଚିକିତ୍ସା ମିଳୁଛି । ସେମାନଙ୍କୁ ଔଷଧ ଚିକିତ୍ସା ମିଳୁଥିବା ବେଳେ ସର୍ଜରି ଚିକିତ୍ସା କିନ୍ତୁ ମିଳୁନି । ଏପିଲେପ୍ସି ସର୍ଜରି କେଉଁ ଶିଶୁରୋଗୀଙ୍କର ହେବ ତାହା ଶିଶୁଭବନରେ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର ପାଇଁ ମୁମ୍ବାଇର ଏଚଆରପିସି ଚିଲଡ୍ରେନ୍ ହସ୍ପିଟାଲକୁ ପଠାଯାଇଥାଏ ।
ସେହିଭଳି, ରାଜ୍ୟରେ ଶିଶୁଭବନରେ ୫ ବର୍ଷରେ ୧୦ ହଜାର ୧୫୪ ଶିଶୁଙ୍କ ଜୀବନ ଗଲାଣି । ବିଭିନ୍ନ କାରଣରୁ ଏହି ଶିଶୁଙ୍କ ମୃତ୍ୟୁ ହେଉଥିବାବେଳେ ଅନେକ ଶିଶୁ ଠିକ୍ ସମୟରେ ଏସଏନସିୟୁ ପାଉ ନଥିବା ଅଭିଯୋଗ ହେଉଛି । ରିପୋର୍ଟ ମୁତାବକ, ୨୦୨୦ରେ ୨୨୮୭ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୧ରେ ୨୨୦୧, ୨୦୨୨ରେ ୨୩୪୪, ୨୦୨୩ରେ ୧୮୭୩, ୨୦୨୪ରେ ୧୪୪୯ଜଣ ଶିଶୁଙ୍କର ଜୀବନ ଯାଇଛି ।
Comments are closed.