ଭୁବନେଶ୍ବର:ଅଙ୍କ ଜ୍ୟୋତିଷରେ ଜନ୍ମ ତାରିଖ ନମ୍ବର ଆଧାରରେ ଗଣନା କରାଯାଏ । ୧ ରୁ ଆରମ୍ଭ କରି ୯ ପର୍ଯ୍ୟନ୍ତ ମୋଟ ୯ ମୂଳାଙ୍କ ରହିଥାଏ । ମୂଳାଙ୍କ ନଂ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥାଏ । ଯେଉଁଥିରେ ବ୍ୟକ୍ତିର ଜନ୍ମ ତାରିଖ ବା ମୂଳାଙ୍କରୁ ଅତୀତ ,ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଜଣା ପଡିଥାଏ ।
ଆପଣଙ୍କ ମୂଳ ଅଙ୍କ (ମୂଳାଙ୍କ) କଅଣ ତାହା ଜାଣିବାକୁ ପଡିବା । ଆପଙ୍କ ଜନ୍ମ ତାରିଖର ମୂଳାଙ୍କ ଜଣାପଡେ । ୧ରୁ ୯ ମଧ୍ୟରେ ହେଲେ କିଛି ଅସୁବିଧା ନାହିଁ । ମାତ୍ର ୧୦ ରୁ ୩୧ ମଧ୍ୟରେ ହୋଇଥିଲେ, ଆପଣଙ୍କ ମୂଳ ଅଙ୍କ କିପରି ଜାଣିବେ ଆସନ୍ତୁ ଜାଣିବା- ଜନ୍ମ ତାରିଖ ୧୧ ହୋଇଥିଲେ ୧+୧= ୨ , ୨୫ ହୋଇଥିଲେ ୨+୫= ୭ , ୧0 ହୋଇଥିଲେ ୧+0= ୧ ଏପରି ମୂଳ ଅଙ୍କକୁ ଜାଣିବେ ।
୧ ମୂଳାଙ୍କ ବ୍ୟକ୍ତି କାହାକୁ ବି ନିଜର ବନେଇ ପାରିବାର ଗୁଣ ତାଙ୍କ ପାଖରେ ଥାଏ । ଏହି ବ୍ୟକ୍ତି ବହୁତ ସହନଶୀଳ ହୋଇଥାନ୍ତି । ଆସୁଥିବା ଅସୁବିଧାକୁ ଦୃଢ଼ତାର ସହ ମୁକାବିଲା କରିବା, କେବେ ବି କାହାକୁ ନଡରିବା ,ଏମାନଙ୍କ ଭିତରେ ନେତୃତ୍ୱ ନେବାର ଭଲ କ୍ଷମତା ଥାଏ ।
ଏହି ମୂଳାଙ୍କର ବ୍ୟକ୍ତି ସେନା, ଆଇଏଏସ, ଡାକ୍ତର, ପୋଲିସ, ରାଜନୀତିଜ୍ଞ ଆଦି ପ୍ରଫେସନରେ ଭଲ କରିଥାନ୍ତି । ଏହି ମୂଳାଙ୍କର ବ୍ୟକ୍ତି ପଢ଼ାପଢି ଭଲ କରନ୍ତି ।
ଏହି ଉପାୟ ଆପଣାଇ ଜୀବନରେ ଏମାନଙ୍କୁ ଅନେକ ସଫଳତା ମିଳିଥାଏ:-
ଯେପରିକି ସକାଳୁ ଶୀଘ୍ର ଉଠି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ଭୋଜନରେ ଗୁଡ ସେବନ କରନ୍ତୁ । ଅଧିକ ହଳଦିଆ ରଙ୍ଗର ଜିନିଷ ବ୍ୟବହାର କରନ୍ତୁ । ଘରର ପୂର୍ବ ଦିଗରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରନ୍ତୁ ଓ ଦୈନିକ ପୂଜା କରନ୍ତୁ । ଏଥିସହ ଘରର ପୂର୍ବ ଦିଗକୁ ସଫା ରଖନ୍ତୁ । ଶୁକ୍ଳ ପକ୍ଷ ରବିବାର ସକାଳେ ସ୍ନାନ କରି ତମ୍ବାର ମୁଦିକୁ ଗଙ୍ଗାଜଳରେ ଧୋଇ ଅନାମିକା ଆଙ୍ଗୁଳିରେ ପିନ୍ଧିଲେ ଶୁଭ ।
Comments are closed.