Latest Odisha News

BREAKING NEWS

ବିଜେଡିକୁ କବଜା କରିବାକୁ ରୀତିମତ ଚାଲିଛି ଷଡଯନ୍ତ୍ର: ଅମରେଶ ଜେନା

ଭୁବନେଶ୍ବର: ପୁଣି ମୁଣ୍ଡ ଟେକିଲା ବିଜେଡି କଳି । ବିଜେଡି କଳିକୁ ନେଇ ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ଦଳ ଠିକ ଢଙ୍ଗରେ ପରିଚାଳନା ହେଉନଥିବା କହିଛନ୍ତି ଅମରେଶ ଜେନା । ଯେଉଁମାନେ କାମ କରୁଛନ୍ତି ତାଙ୍କୁ ଅଣାଦେଖା କରାଯାଉଛି । ଯେଉଁ ୪ରୁ ୫ ଜଣଙ୍କୁ ଦାୟିତ୍ବ ଦିଆଯାଇଛି ସେମାନେ ନିରପେକ୍ଷ ନୁହନ୍ତି । ମେଳି କରିଥିବା ବରିଷ୍ଠଙ୍କ ଦ୍ବାରା ସେମାନେ ପରିଚାଳିତ ହେଉଛନ୍ତି ବୋଲି ଅମରେଶ କହିଛନ୍ତି ।

ବରିଷ୍ଠ ନେତା ମନ୍ତ୍ରୀ ଯାହା କହୁଛନ୍ତି, ଏମାନେ ସେପରି କରୁଛନ୍ତି । ନିର୍ବାଚନରେ ହାରିବା ପରେ ସବୁ ଜିଲ୍ଲାରେ ମୁଣ୍ଡ ପୂରାଉଛନ୍ତି । ୨୪ ବର୍ଷର ସରକାର, ଯାହା ଦେହରେ ହାତ ମାରିଥିଲେ ସୁନା ହୋଇଥାଆନ୍ତା । ଭଲ ସରକାରକୁ କିଛି ଜଣ ଷଡ଼ଯନ୍ତ୍ର କରି ବିଦା କରିଛନ୍ତି । ବିଜେଡିକୁ କବଜା କରିବାକୁ ରୀତିମତ ଷଡଯନ୍ତ୍ର ଚାଲିଛି । ଦ୍ୱିତୀୟ କ୍ଷମତାକେନ୍ଦ୍ର କିଏ ହେବ ବିଧିବଦ୍ଧ ଚକ୍ରାନ୍ତ ଚାଲିଛି ।ଏହି ଷଡ଼ଯନ୍ତ୍ରକାରୀଙ୍କ ହାତରେ ଦଳ ଥିବା ଅମରେଶ ଅଭିଯୋଗ କରିଛନ୍ତି ।

ସେପଟେ, ଗତକାଲି ରାତିରେ ଖାରବେଳ ନଗରରେ ଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବାସଭବନ ଘେରାଉ କରିବା ସହ ହୋହଲ୍ଲା କରିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥକ । ଦଳର କାର୍ଯ୍ୟକାରିଣୀରୁ ଅମରେଶ ଜେନା ବାଦ୍ ପଡ଼ିବା ନେଇ ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରିଛନ୍ତି ଅମରେଶଙ୍କ ସମର୍ଥକ ।

Comments are closed.