କଟକ: ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି। ସୂଚନାଥାଉକି ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । ଏହି ନକଲି ଶିକ୍ଷକ ସଂଖ୍ୟା ଏତିକି ରହିଛି ନା ଆହୁରି ଅଧିକ ତାହାର ସବିଶେଷ ବିବରଣୀ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ ।
ରାଜ୍ୟରେ ଅନେକ ନକଲି ଶିକ୍ଷକ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାର ଅଭିଯୋଗ କରି ସଞ୍ଜୟ କୁମାର ମହାରଣା ୨୦୧୮ ମସିହାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।
ତେବେ ସରକାରୀ ଭାବେ ହୋଇଥିବା ତଦନ୍ତ ଅନୁଯାୟୀ ୪୨୪ ଜଣ ନକଲି ଶିକ୍ଷକ ଥିବା ଗତ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ୬ଟି ଜିଲ୍ଲାରେ ସ୍ଥିତି ଉଦବେଗଜନକ ରହିଛି । ବରଗଡ଼, କେନ୍ଦୁଝର ଓ କେନ୍ଦ୍ରାପଡା ଜିଲ୍ଲାରେ ତଦନ୍ତ ଚାଲିଛି , ଏବେବି ଶେଷ ହୋଇନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ମୁଖ୍ୟବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିରକ୍ତି ହୋଇଥିଲେ ।
୨୦୧୮ ମସିହାରୁ ନକଲି ଶିକ୍ଷକ ଧରପଗଡ଼ କାର୍ଯ୍ୟ ଚାଲିଥିଲେ ବି ଏଯାଏଁ କାହିଁକି ସରିନାହିଁ ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି ।
Comments are closed.