Latest Odisha News

BREAKING NEWS

ଟ୍ୱିନସିଟିରେ ୨ ଦିନ ଲାଗି କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ମଙ୍ଗଳବାର ଓ ବୁଧବାର (ଡିସେମ୍ବର ୧୭ ଓ ୧୮) ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର, କେନ୍ଦ୍ରାପଡା, ଢେଙ୍କାନାଳ ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୧୭.୧୨.୨୦୧୯)

ଭୁବନେଶ୍ୱର

ସାମନ୍ତରାପୁର, ଗ୍ୟାରେଜ ଛକ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭିଏସଏସ୍ ନଗର, ଚକେଇସିଆଣି, ଶ୍ରୀବିହାର, ଡମଣା ଓ ସିଆରପିଏଫ୍ କ୍ୟାମ୍ପସ (ସକାଳ ୭ଟାରୁ ଦିନ ୧୨ଟା ଯାଏଁ)

କେସୁରା, କୋରଡାକଣ୍ଟା, ମଙ୍ଗରାଜ ପଏଣ୍ଟ, ମହାଦେବ ନଗର, ଜଗନ୍ନାଥ ନଗର (ସକାଳ ୯ଟାରୁ ଦିନ ୧ଟା ଯାଏଁ)

ଫୁଲନଖରା ଓ ନହରକଣ୍ଟା (ସକାଳ ୭ଟାରୁ ଦିନ ୧୦ଟା ୩୦ମି. ଯାଏଁ)

କଟକ

ଗଣ୍ଡରପୁର (ସକାଳ ୧୦ଟାରୁ ଦିନ ୧ଟା ଯାଏଁ)

ବହୁଗ୍ରାମ, ନିଆଳି (ସକାଳ ୮ଟାରୁ ଦିନ ୨ଟା ଯାଏଁ)

ନଖରା, ସାଲଗାଁଓ ରେଳ ଷ୍ଟେସନ୍ ଅଞ୍ଚଳ (ସକାଳ ୧୦ଟାରୁ ଦିନ ୩ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ (ସକାଳ ୧୦ଟାରୁ ଦିନ ୧ଟା ଯାଏଁ)

ଭୁବନ ଓ କାଳିଆପାଣି (ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ)

କେନ୍ଦ୍ରାପଡା

କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଅଞ୍ଚଳ (ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ)

ସେହିପରି ଭୁବନେଶ୍ୱର, କଟକ ଓ ଢେଙ୍କାନାଳର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୧୮.୧୨.୨୦୧୯)

ଭୁବନେଶ୍ୱର

ଝାରପଡା, ଲକ୍ଷ୍ମୀସାଗର, ପ୍ରାଚୀବିହାର, ପଳାଶୁଣି ନୂଆ କଲୋନୀ, ସାମନ୍ତରାପୁର ଓ ଶିଶୁପାଳ (ସକାଳ ୯ଟାରୁ ଦିନ ୨ଟା ଯାଏଁ)

କଳ୍ପନା ଅଞ୍ଚଳ, ବିଜେବି ନଗର, ଶବର ସାହି (ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ)

କଟକ

ସିଡିଏ (ଦିନ ୧୦ଟାରୁ ଦିନ ୧୨ଟା ଯାଏଁ)
ଗଣ୍ଡରପୁର, ଚାଉଳିଆଗଞ୍ଜ, ଶିଖରପୁର (ଦିନ ୧୦ଟାରୁ ଦିନ ୧ଟା ଯାଏଁ)

ଆଠଗଡ ଟାଉନ୍, କାନପୁର, ଗୋଡିବନ୍ଧ, କୁମାରପୁର (ସକାଳ ୭ଟାରୁ ଦିନ ୧୨ଟା ୩୦ମି. ଯାଏଁ)

ବହୁଗ୍ରାମ (ସକାଳ ୮ଟାରୁ ଦିନ ୨ଟା ଯାଏଁ)

ଡିମିରି (ଦିନ ୩ଟାରୁ ଅପରାହ୍ନ ୫ଟା ଯାଏଁ)

ଢେଙ୍କାନାଳ

ଢେଙ୍କାନାଳ, ବୈସିଙ୍ଗା, ଜିରିଡାମାଳି, କାନପୁର, କାମାକ୍ଷାନଗର, ମଠକାରଗୋଲ, ହିନ୍ଦୋଳ ରୋଡ୍, ଗଣ୍ଡିଆ, ଯୋରନ୍ଦା ଓ ନିଆଳପ୍ରସାଦ (ସକାଳ ୮ଟାରୁ ଦିନ ୧ଟା ଯାଏଁ)

ଭାପୁର ଓ ସପ୍ତଶର୍ଯ୍ୟା (ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ)

Leave A Reply

Your email address will not be published.