Latest Odisha News

ଆହୁରି ବଢିବ ତାତି; ୨୬ ଯାଏଁ କଲବଲ ହେବେ ଲୋକେ

ଭୁବନେଶ୍ୱର: ଏପ୍ରିଲ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଗରମ ଏବଂ ଉଷ୍ମ ରାତି ଅନୁଭୂତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସୂଚନା ଦେଇଛି।

ଝାରସୁଗୁଡ଼ା ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ୍ ସତର୍କତା ଜାରି ହୋଇଛି। ଯାହା ଗତ ଏପ୍ରିଲ ମାସରେ ସର୍ବକାଳୀନ ସର୍ବାଧିକ ତାପମାତ୍ରା ୪୬.୨° ସେଲସିୟସ୍ ରେକର୍ଡ କରିଥିଲା। ୨୩ ରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଏବଂ ୨୪ ଏପ୍ରିଲରେ ମୟୂରଭଞ୍ଜରେ ମଧ୍ୟ ରାତିରେ ଗରମ ଅନୁଭୂତ ହୋଇପାରେ।

ସେହିପରି ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ଢେଙ୍କାନାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଅନୁଭୂତ ହେବ। ତେବେ ଜାଣନ୍ତୁ କେଉଁସବୁ ଜିଲ୍ଲାକୁ ହିଟ୍‌ୱେଭ୍ ସତର୍କତା ଜାରି ହୋଇଛି।

ଏପ୍ରିଲ ୨୩: ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଅରେଞ୍ଜ୍ ସତର୍କତା ଜାରି କରାଯାଇଥିଲା ବେଳେ ନୂଆପଡ଼ା, ବରଗଡ଼, କଳାହାଣ୍ଡି, ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ୟେଲୋ ସତର୍କତା ଜାରି କରାଯାଇଛି।

ଏପ୍ରିଲ ୨୪: ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଅରେଞ୍ଜ୍ ସତର୍କତା ଜାରି କରାଯାଇଛି। ସେହିପରି କଳାହାଣ୍ଡି, ନୂଆପଡ଼ା, ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସୃଷ୍ଟି ହୋଇପାରେ।

ଏପ୍ରିଲ ୨୫: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଅନୁଗୁଳ ଏବଂ ଦେବଗଡ଼ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ୟେଲୋ ସତର୍କତା ଜାରି ହୋଇଛି।

ଏପ୍ରିଲ ୨୬: ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ୟେଲୋ ସତର୍କତା ଜାରି ହୋଇଛି।

ତେବେ ଦିନର ପିକ୍ ଘଣ୍ଟା (ସକାଳ ୧୧ଟାରୁ ଅପରାହ୍ନ ୩ଟା) ସମୟରେ ବାହାରକୁ ବାହାରୁ ଥିଲେ ସତର୍କତା ଅବଲମ୍ବନ କରିବା ଲାଗି ପାଣିପାଗ ପକ୍ଷରୁ କୁହାଯାଇଛି।

Comments are closed.