Latest Odisha News

BREAKING NEWS

ସାଉଦି ଆରବର ସ୍ଲିପିଂ ପ୍ରିନ୍ସ, ପାଳନ କଲେ ୩୬ତମ ଜନ୍ମଦିନ

ନୂଆଦିଲ୍ଲୀ: ସ୍ଲିପିଂ ପ୍ରିନ୍ସ ଭାବେ ପରିଚିତ ସାଉଦି ଆରବର ରାଜ ପରିବାର ସଦସ୍ୟ ପ୍ରିନ୍ସ ଅଲ ୱାଲିଦ ବିନ ଖାଲିଦ ବିନ ତଲାଲ ନିକଟରେ ୩୬ତମ ଜନ୍ମ ଦିବସ ପାଳନ କରିଛନ୍ତି । ସେ କୋମାରେ ଅଛନ୍ତି । ଏହା ସତ୍ୱେ ତାଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରାଯାଇଥାଏ । ସେ ପ୍ରିନ୍ସ ତଲାଲ ବିନ ଅବଦୁଲ ଅଜିଜଙ୍କ ନାତି । ୨୦୦୫ରେ ପ୍ରିନ୍ସ ଅଲ ୱାଲିଦ ସଡକ ଦୁର୍ଘଟଣାରେ ମୁଣ୍ଡରେ ଜୋରରେ ଆଘାତ ପାଇଥିଲେ । ଏହା ପରେ ସେ କୋମାକୁ ପଳାଇ ଯାଇଥିଲେ । ସେ ସମୟରେ ସୈନ୍ୟ କଲେଜରେ ସେ ଛାତ୍ର ଥିଲେ । ଏବେ ରିୟାଦର ରାଜା ଅବଦୁଲ ଅଜୀଜ ମେଡିକାଲ ସିଟିରେ ଭେଂଟିଲେଟର ଓ ଫିଡିଂ ଟ୍ୟୁବ ମାଧ୍ୟମରେ ସେ ଜୀବିତ ଅଛନ୍ତି ।

ତାଙ୍କ ବାପା ଖାଲିଦ ବିନ ତଲାଲଙ୍କ କହିବା ଅନୁସାରେ ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ଏବେ କବରରେ ରହିଥାନ୍ତେ । ଆଲ୍ଲା ଚାହୁଁଛନ୍ତି ବୋଲି ସେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି । ଆମର ଦୃଢ଼ ଆଶା ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବେ । ସମ୍ପୂର୍ଣ୍ଣ ପରିବାର ତାଙ୍କୁ ଭଲ ପାଆନ୍ତି । ୨୦୧୯ରେ ତାଙ୍କ ଶରୀରରେ କିଛି ଉନ୍ନତି ପରିଲକ୍ଷିତ ହୋଇଥିଲା । ତାଙ୍କ ଆଙ୍ଗୁଳି ଏବଂ ମୁଣ୍ଡ ହଲିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ଚେତା ଫେରି ପାଇ ନ ଥିଲେ । ଜନ୍ମଦିନ ଅବସରରେ ତାଙ୍କ ଦୀର୍ଘ ଜୀବନ କାମନା କରାଯାଇଛି । ଏବେ ବି ଚମତ୍କାର ଆଶାରେ ତାଙ୍କ ପରିବାର ଲୋକ ରହିଛନ୍ତି ।

Comments are closed.