Latest Odisha News

BREAKING NEWS

ଥିରୁବନନ୍ତପୁରମ ବିମାନବନ୍ଦରରେ ବୋମା ଆତଙ୍କ

ଥିରୁବନନ୍ତପୁରମ: କେରଳର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଏହି ଧମକ ପରେ ବିମାନବନ୍ଦରରେ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯାଇଥିବା ବେଳେ ସମସ୍ତ ଟର୍ମିନାଲକୁ ଭଲଭାବେ ଯାଞ୍ଚ କରାଯାଉଛି। ଏନେଇ ବିମାନବନ୍ଦର ପିଆରଓ କହିଛନ୍ତି ଯେ ବୋମା ନିଷ୍କ୍ରିୟକାରୀ ଟିମ୍ ତୁରନ୍ତ ପହଞ୍ଚି ସମଗ୍ର ଟର୍ମିନାଲକୁ ଯାଞ୍ଚ କରୁଛନ୍ତି।

ଥିରୁବନନ୍ତପୁରମର ବିଭିନ୍ନ ହୋଟେଲକୁ ବୋମା ଧମକ ମିଳିବାର ଗୋଟିଏ ଦିନ ପରେ ଏହି ଧମକ ମିଳିଥିବା କୁହାଯାଉଛି। ପୋଲିସ ଶନିବାର ହୋଟେଲଗୁଡ଼ିକରେ ଚଢାଉ କରିଥିଲା। ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ସନ୍ଧନୀ କୁକୁର ମଧ୍ୟ ଉପସ୍ଥିତ ଥିଲେ। ପୋଲିସକୁ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ତେବେ ଯାଞ୍ଚ ପରେ ସେଗୁଡ଼ିକ ଗୁଜବ ବୋଲି ଜଣାପଡିଥିଲା।

କ୍ୟାଣ୍ଟନମେଣ୍ଟ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଯଦିଓ ଇମେଲରେ ବୋମା ଧମକ ମିଳିଥିଲା କିନ୍ତୁ ହୋଟେଲଗୁଡ଼ିକରେ ସେଭଳି କିଛି ମିଳିନଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ଆମେ ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜୁଛୁ।

ଉଲ୍ଲେଖଯୋଗ୍ୟ ଗତ କିଛି ମାସ ଧରି କେରଳର ଅନେକ ସ୍ଥାନରୁ ଏପରି ଧମକ ଆସୁଛି। ଜିଲ୍ଲା କଲେକ୍ଟରଙ୍କ କାର୍ଯ୍ୟାଳୟ, ରାଜସ୍ୱ ଡିଭିଜନାଲ ଅଫିସ ଏବଂ କେରଳ ହାଇକୋର୍ଟକୁ ମଧ୍ୟ ଧମକ ଦିଆଯାଇଥିଲା।

Comments are closed.