ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ବକ୍ସର ମେରୀ କମ ଏବଂ ତାଙ୍କ ପତି ତଥା ପୂର୍ବତନ ବକ୍ସର ଓନୋଲରଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ଉଭୟ ବିଧିବଦ୍ଧ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । କିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା । ଗତ ସପ୍ତାହରେ ସୋସିଆଲ ମିଡିଆରେ ଉଭୟ ଛାଡପତ୍ର ଖବର ବେଶ ଚର୍ଚ୍ଚାର କାରଣ ସାଜିଥିଲା । ମୁଁ ଏବଂ ମୋର ପତି ଓନଲର ଏବେ ପରସ୍ପରଠାରୁ ଅଲଗା ରହୁଛି । ୨୦ ଡିସେମ୍ବର ୨୦୨୩ରେ ଉଭୟ ନିୟମ ମୁତାବକ ଛାଡପତ୍ର ଆବେଦନ କରିଥିଲେ । ଦୁଇ ପରିବାରର ସଦସ୍ୟଙ୍କ ସହମତି ଭିତିରେ ଏହି ନିଷ୍ପତି ନିଆ ଯାଇଥିଲା ।
ମେରୀ କମଙ୍କ ପିଆର ସ୍ପଷ୍ଟ କରିଛନ୍ତି ଯେ, ହିତେଶ ଚୌଧୁରୀ କିମ୍ବା ଅନ୍ୟ କୌଣସି ପୁରୁଷ ସହ ମୋର କ୍ଲାଏଂଟଙ୍କ ସମ୍ପର୍କ ନାହିଁ । କୌଣସି ମିଡିଆ ପ୍ଲାଟଫର୍ମରେ ଏହାକୁ ପ୍ରସାରଣ କରିବା ଉଚିତ ନୁହେଁ । ବ୍ୟକ୍ତିଗତ ଓ ପାରିବାରିକ ଜୀବନ ଅଯଥା ମୁଣ୍ଡ ପୂରାଇବା ଆବଶ୍ୟକ ନାହିଁ । ୫ଥର ବିଶ୍ୱ ଚାମ୍ପିୟନ ମେରୀ କମ ଓ ଓନଲର ପରସ୍ପରକୁ ଦୀର୍ଘ ଦିନ ଭଲ ପାଇବା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କେଉଁ କାରଣ ନେଇ ଉଭୟ ପରଷ୍ପରଠାରୁ ଅଲଗା ହେଲେ ତାହା ସ୍ପଷ୍ଟ ହୋଇପାରିନି ।
Comments are closed.