Latest Odisha News

BREAKING NEWS

ଆତଙ୍କବାଦୀ ହାଫିଜ୍ ସଇଦକୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାଁରେ…

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ନାମରେ ପାକିସ୍ତାନକୁ ଧମକ ଦିଆଯାଇଛି।

ଯଦି ତୁମେ ହତ୍ୟା କର ତେବେ ଆମେ ମଧ୍ୟ ତୁମ ଦେଶରେ ପଶି ତୁମକୁ ହତ୍ୟା କରିବୁ। ବିଷ୍ନୋଇ ଗୋଷ୍ଠୀ ନାମରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରାଯାଇଛି, ଯେଉଁଥିରେ ଆତଙ୍କବାଦୀ ହାଫିଜ୍ ସଇଦର ଫଟୋ ଉପରେ ଏକ କ୍ରସ୍ ଲଗାଯାଇଛି। ସେଥିରେ ଲେଖାଯାଇଛି ଯେ ତୁମେ ଆମର ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଛ। ଏବେ ଆମେ ପାକିସ୍ତାନରେ ପଶିକି ତୁମକୁ ମାରିବୁ।

ତେବେ ଭାଇରାଲ୍ ପୋଷ୍ଟଟି କିଏ ସେୟାର କରିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ। ସେନେଇ ଯାଞ୍ଚ କରାଯାଉଛି। ପୋଷ୍ଟର ଶେଷରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ, ଜିତେନ୍ଦ୍ର ଗୋଗି ଗ୍ରୁପ୍, ହାସିମ ବାବା, କାଲା ରାଣା, ଗୋଲଡି ବ୍ରାର, ରୋହିତ ଗୋଦାରାଙ୍କ ନାମ ଲେଖାଯାଇଛି। ପରିଶେଷରେ ହାଫିଜ୍ ସଇଦର ଫଟୋରେ ଏକ ଲାଲ ରଙ୍ଗରେ କ୍ରସ୍ ଚିହ୍ନ କରାଯାଇଥିବା ଦେଖିବାକୁ ମିଳିଛି।

 

Comments are closed.