Latest Odisha News

BREAKING NEWS

ଆଇପିଏଲର ବାକି ତକ ମ୍ୟାଚରୁ ଓହରି ପାରନ୍ତି ମ୍ୟାକ୍ସୱେଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ବାକି ତକ ମ୍ୟାଚରୁ ପଞ୍ଜାବ କିଙ୍ଗସର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଓହରିଯିବା ଏକପ୍ରକାର ନିଶ୍ଚିତ ହୋଇଛି । ବୁଧବାର ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ପଞ୍ଜାବ ବିଜୟ ହାସଲ କରିଥିଲା । ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ମ୍ୟାକ୍ସୱେଲଙ୍କ ଆଙ୍ଗୁଳିରେ ବଲ ବାଜିଥିଲା । ଏବେ ଏହା ଭାଙ୍ଗି ଯାଇଥିବା ଜଣା ପଡିବାରୁ ସେ ବାକିତକ ମ୍ୟାଚରେ ଖେଳିବା ସମ୍ଭାବନା କ୍ଷୀଣ ରହିଛି । ମାର୍କସ ଷ୍ଟୋଇନିସ ଏହା ପ୍ରକାଶ କରିଛନ୍ତି । ଆମ ନିକଟରେ ଆହୁରି ଭଲ ଖେଳାଳି ରହିଥିବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବୁନି ବୋଲି ସେ କହିଛନ୍ତି ।

ଅଜମତୁଲ୍ଲା ଓମ୍ରଯାଇ, ଆରୋନ ହାର୍ଡିଙ୍କ ପରି ଖେଳାଳି ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳି ପାରି ନାହାନ୍ତି । ଭାରତୀୟ ଖେଳାଳିଙ୍କୁ ଖେଳାଇବା ପାଇଁ ଆମେ ଅଧିକ ନଜର ରଖିଛୁ । ପଞ୍ଜାବଠାରୁ ପରାଜୟବରଣ କରିବା ପରେ ଚେନ୍ନାଇ ପ୍ଲେ ଅଫ ଦୌଡରୁ ବାଦ ପଡିଛି । ଅପରପକ୍ଷରେ ପଞ୍ଜାବ ବାକି ତକ ମ୍ୟାଚ ଜିତି ପ୍ଲେ ଅଫ ପ୍ରବେଶ ପାଇଁ ଉଦ୍ୟମ କରିବ ।

Comments are closed.