Latest Odisha News

BREAKING NEWS

ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟଙ୍କ ପତ୍ନୀ କାଶ୍ମୀରୀଙ୍କୁ ନେଇ କହିଲେ ଏମିତି….

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବିନୟ ନରୱାଲଙ୍କ ପତ୍ନୀ ହିମାଂଶୀ ନରୱାଲ ମାନବତାର ଏକ ବାର୍ତ୍ତା ଦେଇଛନ୍ତି। ସ୍ୱାମୀଙ୍କୁ ହରାଇଥିବା ହିମାଂଶୀ କହିଛନ୍ତି ଯେ, ଆମେ ଚାହୁଁନାହୁଁ ଯେ ଲୋକମାନେ ମୁସଲମାନ କିମ୍ବା କାଶ୍ମୀରୀଙ୍କ ବିରୁଦ୍ଧରେ ଯାଆନ୍ତୁ। ଆମେ ଶାନ୍ତି କେବଳ ଶାନ୍ତି ଚାହୁଁ। ଆମେ ନ୍ୟାୟ ଚାହୁଁ। ଲୋକମାନେ ମୁସଲମାନ କିମ୍ବା କାଶ୍ମୀରୀଙ୍କ ବିରୁଦ୍ଧରେ ଯିବା ଉଚିତ୍ ନୁହେଁ। ଆକ୍ରମଣ କରିଥିବା ଆତଙ୍କବାଦୀମାନଙ୍କୁ ଦଣ୍ଡ ଦିଆଯିବା ଉଚିତ। ବିନୟ ଦେଶ ସେବାର ରାସ୍ତା ବାଛିଥିଲେ, ମୁଁ ସେହି ରାସ୍ତା ଅନୁସରଣ କରିବି ।

୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ମୃତ୍ୟୁ ହୋଇଥିଲା। ଅନେକ ଆହତ ହୋଇଥିଲେ। ହରିୟାଣା ସରକାର ଶନିବାର ଦିନ ଆକ୍ରମଣରେ ମୃତ ନୌସେନା ଅଧିକାରୀଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ସହିତ, ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା।

ଲେଫ୍ଟନାଣ୍ଟ ବିନୟ ନରୱାଲ ଜଣେ ନୌସେନା ଅଧିକାରୀ ଥିଲେ। ବିନୟ ନରୱାଲ (୨୬) ୧୬ ଏପ୍ରିଲରେ ବିବାହ କରିଥିଲେ। ସେ ତାଙ୍କ ସ୍ତ୍ରୀ ହିମାଂଶୀଙ୍କ ସହ ପହଲଗାମ ବୁଲିବାକୁ ଯାଇଥିଲେ।

Comments are closed.