ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଭୟରେ ଅଛି ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏହି ସମୟ ମଧ୍ୟରେ ଆଜି (ଗୁରୁବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମେରିକା ପ୍ରତିରକ୍ଷା ସଚିବଙ୍କ ପିଟ୍ ହେଗସେଥଙ୍କ ସହ କଥା ହୋଇଛନ୍ତି। ଉଭୟ ନେତା ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏକ ବିବୃତ୍ତିରେ କୁହାଯାଇଛି ଯେ, ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି । ଜମ୍ମୁ – କାଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣରେ ନିର୍ଦ୍ଦୋଷ ନାଗରିକଙ୍କ ଦୁଃଖଦ ମୃତ୍ୟୁ ପାଇଁ ଗଭୀର ସମବେଦନା ଜଣାଇଛନ୍ତି।
The U.S. Secretary of Defence @PeteHegseth spoke to Raksha Mantri Shri @rajnathsingh earlier today and expressed his deepest sympathies for the tragic loss of innocent civilians in the dastardly terror attack in Pahalgam, Jammu & Kashmir.
Secretary Hegseth said that the U.S.…
— रक्षा मंत्री कार्यालय/ RMO India (@DefenceMinIndia) May 1, 2025
ପ୍ରତିରକ୍ଷା ମନ୍ତ୍ରୀ ହେଗସେଥ କହିଛନ୍ତି ଯେ, ଆମେରିକା ଭାରତ ସହିତ ଠିଆ ହୋଇଛି ଏବଂ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରୁଛି। ସେ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ଆମେରିକା ସରକାରଙ୍କ ଦୃଢ଼ ସମର୍ଥନ କରୁଥିବା କହଥିଲେ।
ସୂଚନାଥାଉକି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦୀ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତର ତିନି ସେନାବାହିନୀଙ୍କୁ ମୁକ୍କ ହସ୍ତ ପ୍ରଦାନ କରିଛନ୍ତି ।
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତରେ ଥିବା ସମୟରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ‘ପୂର୍ଣ୍ଣ ସମର୍ଥନ’ର ପ୍ରତିଶ୍ରୁତି ଦେଇଥିଲେ। ଆମେରିକା ବ୍ୟତୀତ ରୁଷ, ଇସ୍ରାଏଲ, ବ୍ରିଟେନ ଭଳି ଅନେକ ଦେଶ ମଧ୍ୟ ଭାରତକୁ ସମର୍ଥନ ଜଣାଇଛନ୍ତି ।
Comments are closed.