Latest Odisha News

BREAKING NEWS

ମେ ୫ରେ ସବୁ ଜିଲ୍ଲାରେ ହେବ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆଗାମୀ ମେ ୫ରେ ସବୁ ଜିଲ୍ଲାରେ ଜନସାଧାରଣଙ୍କ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏଥିସହିତ ସମସ୍ୟାର ସମାଧାନ ନେଇ ମଧ୍ୟ ଓଡ଼ିଶା ସରକାର ଘୋଷଣା କରିଛନ୍ତି।

ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗ ସୂଚନା ଅନୁଯାୟୀ, ଏହି ଶୁଣାଣି କାର୍ଯ୍ୟକ୍ରମ ପାଇଁ ଅନଲାଇନ୍ ପଞ୍ଜୀକରଣ ମେ ୨ତାରିଖ ସକାଳ ୧୧ଟାରୁ ଜନଶୁଣାଣି ପୋର୍ଟାଲ୍ (https://janasunani.odisha.gov.in/) ମାଧ୍ୟମରେ ଆରମ୍ଭ ହେବ।

ଯେଉଁ ଲୋକମାନେ ଅଭିଯୋଗ କରିବାକୁ ଚାହୁଁଥିବେ ସେମାନେ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାର କଲେକ୍ଟର ଏବଂ ପୋଲିସ ଅଧୀକ୍ଷକଙ୍କୁ ଭେଟି ପଞ୍ଜୀକରଣ କରିପାରିବେ। ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ପଞ୍ଜୀକରଣର ରସିଦ ସହିତ ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ଲିଖିତ ଅଭିଯୋଗ ଆବେଦନ ସେମାନଙ୍କ ସାଙ୍ଗରେ ରଖିବାକୁ ପଡିବ।

ତେବେ ଯେଉଁମାନେ ଅଭିଯୋଗ ପଞ୍ଜିକୃତ କରିପାରିନଥିବେ ସେମାନେ ମଧ୍ୟ ଶୁଣାଣି ଶିବିରରେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ।

Comments are closed.