ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିଖର ଧାୱନ ପୂନର୍ବାର ପ୍ରେମରେ ପଡିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସେ ଏବେ ସୋଫି ସାଇନଙ୍କ ସହ ସମୟ କାଟୁଛନ୍ତି । ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଥିଲା । ଏବେ ଧାୱନ ଏହା ସ୍ୱୀକାର କରିଛନ୍ତି । ସେ ଇନଷ୍ଟାଗ୍ରାମରେ ସୋଫୀଙ୍କ ସହ ଏକ ଫଟୋ ଶେୟାର କରି ମେରୀ ଲଭ ଲେଖିଛନ୍ତି । ଆୟର୍ଲାଣ୍ଡରେ ଜନ୍ମ ଗ୍ରହଣ କରିଥିବା ସୋଫୀ ଲିମରିକ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ମାର୍କେଟିଙ୍ଗ ଓ ମ୍ୟାନେଜମେଂଟରେ ଡିଗ୍ରୀ ହାସଲ କରିଛନ୍ତି । ଆବୁଧାବି ସ୍ଥିତ ନଦର୍ଣ୍ଣ ଟ୍ରଷ୍ଟ କର୍ପୋରେଶନରେ କାଯ୍ୟରତ ଅଛନ୍ତି ।
ଉଭୟ ପରସ୍ପର କିପରି ନିକଟତର ହେଲେ ତାହାର ଖୁଲାସା କିନ୍ତୁ ହୋଇପାରିନି । ପୂର୍ବରୁ ଶିଖର ଦୀର୍ଘ ଦିନ ଧରି ଭଲ ପାଇବା ପରେ ଆୟଶା ମୁର୍ଖାଜୀଙ୍କୁ ବିବାହ କରିଥିଲେ । ୨୦୨୩ରେ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଆୟଶା ତାଙ୍କ ପୁଅକୁ ନେଇ ପଳାଇ ଯାଇଥିଲେ । ସେବେଠାରୁ ଶିଖର ଏକୁଟିଆ ଜୀବନ ଯାପନ କରୁଥିଲେ ।
Comments are closed.