Latest Odisha News

BREAKING NEWS

‘କେବଳ ଘରେ ପଶିକି ମାରନି…ପଶିକି ବସିରୁହ’, ସରକାରଙ୍କୁ ଆହ୍ବାନ ଦେଲେ ଓଓ୍ବେସି

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଏବେ ଏକାଠି ହୋଇଛି ପୂରା ଦେଶ । ବିରୋଧୀ ଶାସକ ମଧ୍ୟ ଏକମତ ରଖୁଛନ୍ତି….‘ଆତଙ୍କୀଙ୍କୁ ଶେଷ କର । ପିଓକେକୁ ଅକ୍ତିଆରକୁ ଆଣ ।’ ଯାହାକୁ ନେଇ ପ୍ରତିଦିନ ନେତାଙ୍କ ବୟାନ ସାମ୍ନାକୁ ଆସୁଥିବା ବେଳେ , ଆତଙ୍କୀଙ୍କ କାର୍ଯ୍ୟକଳାପ ନେଇ ସରକାର ବିରୋଧୀ ଖବରର ଶିରୋନାମାରେ ଥିବା ଓଓ୍ବେସିଙ୍କ ପ୍ରତିକ୍ରିୟା ଏବେ ସମସ୍ତଙ୍କୁ ଚକିତ କରିଛି । ଏଥର ସରକାରଙ୍କୁ ସମର୍ଥନ କରି, ବଡ ଆହ୍ବାନ ଦେଇଛନ୍ତି, ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆଉ ଏକ କଡ଼ା ମନ୍ତବ୍ୟ ଦେଇ ଓୱେସି କହିଛନ୍ତି, ଭାରତକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପକୁ ଏବେ ବନ୍ଦ କରିବାକୁ ପଡିବ । ଭାରତ କେବଳ ପ୍ରବେଶ କରି ହତ୍ୟା କରିବା ଉଚିତ ନୁହେଁ, ବରଂ ପ୍ରବେଶ କରି ସେଠି ହିଁ ରହିବା ଉଚିତ । ବିଜେପି କହୁଛି, ଘର ଭିତରେ ପଶିକି ମାରିବୁ । ମୁଁ ବିଜେପି ବାଲାଙ୍କୁ କହୁଛି, ଘରେ ପଶିକି ବସିକି ରୁହ । ଛାଡ ନାହିଁ ବୋଲି ସରକାରଙ୍କୁ ଆହ୍ବାନ ଦେିଛନ୍ତି ଓଓ୍ବେସି ।

ଏଥିସହିତ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ପରୟାଣ ହୋଇଥିବା ବେଳେ ଭାରତ ଭୟରେ ଇସଲାମାବାଦ ପାକିସ୍ତାନ ଅଧିକୃତ କାଶ୍ମୀର, ପିଓକେରେ ଆତଙ୍କବାଦୀ ଲଞ୍ଚପ୍ୟାଡ ଖାଲି କରୁଥିବା ରିପୋର୍ଟ ଉପରେ ସେ କହିଛନ୍ତି, ଭଲ ଯଦି ସେମାନେ ଖାଲି କରିଛନ୍ତି, ତେବେ ଆମକୁ ସେଠାରେ ବସି ରହିବା ଉଚିତ । ଯଦି ସେମାନେ ଏଥର କୌଣସି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହେଲେ ଘରେ ପ୍ରବେଶ କରି ବସିକି ରୁହ, କଥା ଶେଷ । ଏହି ଆତଙ୍କବାଦ ଶେଷ ହେବା ଆବଶ୍ୟକ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

ଏଥିସହିତ ପାକିସ୍ତାନ ନେତାଙ୍କ ପରମାଣୁ ଧମକକୁ ନିନ୍ଦା କରି ସେ କହିଛନ୍ତି, ପାକିସ୍ତାନ ସବୁବେଳେ ପରମାଣୁ ଶକ୍ତି ବିଷୟରେ କଥାବାର୍ତ୍ତା କରେ । ସେମାନଙ୍କୁ ମନେ ରଖିବା ଆବଶ୍ୟକ ଯେ ଯଦି ସେମାନେ କୌଣସି ଦେଶରେ ପ୍ରବେଶ କରି ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରନ୍ତି, ତେବେ ସେହି ଦେଶ ଚୁପ୍ ବସିବ ନାହିଁ। ସରକାର ହେଉନା କାହିଁକି, ଆମ ଭୂମିରେ ଆମ ଲୋକଙ୍କୁ ହତ୍ୟା କରି ଏବଂ ଧର୍ମ ଆଧାରରେ ସେମାନଙ୍କୁ ଟାର୍ଗେଟ କରି, ଆପଣ କେଉଁ ଦୀନ ବିଷୟରେ କହୁଛନ୍ତି? ତୁମେ ଆଇଏସଆଇଏସ ପରି କାମ କରିଛ ବୋଲି କହି ପାକିସ୍ତାନକୁ କଡା କଟାକ୍ଷ କରିଛନ୍ତି ସାଂସଦ ।

ତେବେ କହିରଖୁଛୁ, ମୋଦି ସରକାରଙ୍କ ସବୁଠାରୁ କଟ୍ଟର ସମାଲୋଚକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସି । ଏବେ ସଦ୍ୟତମ କେନ୍ଦ୍ରର ୱାକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦର ନେତୃତ୍ୱ ନେଉଥିବା ଓଓ୍ବେସି କିନ୍ତୁ ଏବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରେ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । କଳା ବାହୁବଳୀ ବଣ୍ଟନ କରିବା ଠାରୁ ଆରମ୍ଭ କରି ପାକିସ୍ତାନର ରାଜନେତାଙ୍କ ଯୁଦ୍ଧପ୍ରୋତ୍ସାହନକୁ ନେଇ, ଏଆଇଏମଆଇଏମ ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ସଙ୍କଟ ସମୟରେ ସେ ରାଜନୈତିକ ସୁଯୋଗ ଖୋଜିବା ମନୋଭାବରେ ନାହାଁନ୍ତି    ।

Comments are closed.