Latest Odisha News

୬ ବଲରେ ୬ ଛକା ମାରି ଆଇପିଏଲରେ ଇତିହାସ ରଚିଲେ ପରାଗ

କୋଲକାତା: ଆଇପିଏଲରେ ପ୍ରଥମ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସର ରିୟାନ ପରାଗ ୬ ବୈଧ ବଲରେ ୬ ଛକା ମାରି ଇତିହାସ ରଚିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି । ସେ ମୋଇନ ଅଲୀଙ୍କ ପ୍ରଥମ ବଲ ସାମ୍ନା କରି ନ ଥିଲେ । ଓଭରର ବାକି ୫ଟି ବଲରେ ଏବଂ ବରୁଣ ଚକ୍ରବର୍ତିଙ୍କ ଓଭରର ପ୍ରଥମ ବଲରେ ଛକା ମାରିଥିଲେ । ୪ର୍ଥ ଖେଳାଳି ଭାବେ ପରାଗ ଟି୨୦ କ୍ରିକେଟରେ ୬ ବଲରେ ୬ ଛକା ମାରିଛନ୍ତି । ତାଙ୍କ ପୂର୍ବରୁ ଭାରତର ଯୁବରାଜ ସିଂ, ୱେଷ୍ଟଇଣ୍ଡିଜର କିରନ ପୋଲାର୍ଡ ଓ ନେପାଳର ଦୀପେନ୍ଦ୍ର ସିଂ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଅବଶ୍ୟ ଏହି ୩ଜଣ ଖେଳାଳି ଗୋଟିଏ ଓଭରରେ ୬ ଛକା ମାରିଥିଲେ ।

ଏଥିସହ ସେ ଆଇପିଏଲରେ ଗୋଟିଏ ଓଭରରେ ୫ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ୨୦୧c୨ରେ ରାହୁଲ ଶର୍ମାଙ୍କ ଓଭରରେ କ୍ରିସ ଗେଲ, ଏସ.କଟରେଲଙ୍କ ଓଭରରେ ରାହୁଲ ଟେୱାଟିଆ(୨୦୨୦), ହର୍ଷଲ ପଟେଲଙ୍କ ଓଭରରେ ରବୀନ୍ଦ୍ର ଜାଡେଜା(୨୦୨୧), ୟଶ ଦୟାଲଙ୍କ ଓଭରରେ ରିଙ୍କୁ ସିଂ(୨୦୨୩) ଓ ଚଳିତ ସଂସ୍କରଣରେ ମୋଇନ ଅଲୀଙ୍କ ଓଭରରେ ପରାଗ ୫ ଛକା ମାରିଛନ୍ତି ।

Comments are closed.