Latest Odisha News

BREAKING NEWS

ସବୁ ଜଗନ୍ନାଥ ମନ୍ଦିର ପାଇଁ ତିଆରି ହେବ ମାର୍ଗଦର୍ଶିକା

ଭୁବନେଶ୍ୱର: ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ ଆଇନ ମନ୍ତ୍ରୀଙ୍କ ଚେତାବନୀ। ଦରକାର ପଡ଼ିଲେ ଆମେ ଆଇନର ଆଶ୍ରୟ ନେବୁ କହିଲେ। ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ। ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ। ସେହିପରି ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବିରୋଧ କରୁଛୁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ ରାଜ୍ୟ ସରକାର। ନ ମାନିଲେ ଆମେ ଆଇନର ଆଶ୍ରୟ ନେବୁ ବୋଲି କହିଛନ୍ତି ପୃଥ୍ବୀରାଜ।

ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ। ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି। ସେବାୟତମାନଙ୍କ ପାଇଁ ଏସଓପି ଅଣାଯିବ। କେଉଁ ସେବାୟତ କେଉଁ ସେବା କରିବେ ଉଲ୍ଲେଖ ରହିବ। ସେହିପରି ମନ୍ଦିରର ନୀତିକାନ୍ତି, ପୂଜାର୍ଚ୍ଚନା ପାଇଁ ମାର୍ଗଦର୍ଶିକା ହେବ। ଦୀଘା ଧାମ ଏବଂ ଦୀଘା ସମୁଦ୍ରକୁ ମହୋଦଧି କୁହାଯାଇ ପାରିବନାହିଁ। ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖାଯିବ। ନଚେତ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କହିବା ବିବାଦ ପ୍ରସଙ୍ଗରେ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଛି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ।

 

Comments are closed.