Latest Odisha News

BREAKING NEWS

ଏପରି ଲକ୍ଷଣ ଦେଖାଯାଉଥିଲେ ଜାଣିନିଅନ୍ତୁ ଯେ କିଡନୀ କ୍ୟାନସର ! ତୁରନ୍ତୁ କରାନ୍ତୁ ଟେଷ୍ଟ

ଭୁବନେଶ୍ୱର: କିଡନୀ କ୍ୟାନସର ଏକ ଏଭଳି ରୋଗ, ଯାହା ଧୀରେ ଧୀରେ ବଢ଼ିଥାଏ ଏବଂ ଏହାର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଧିକାଂଶ ଲୋକେ ନଜରଅନ୍ଦାଜ କରିଦିଅନ୍ତି। ଏହି କାରଣରୁ ଅନେକ କ୍ଷେତ୍ରରେ ଏହି ରୋଗ ବେଶୀ ବଢ଼ିଯିବା ପରେ ଧରାପଡ଼ିଥାଏ। ଯଦି ଆପଣ ନିଜ ଶରୀରରେ ହେଉଥିବା ପରିବର୍ତ୍ତନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି, ତେବେ ସମୟ ଥାଉ ଥାଉ ଏହାର ଚିହ୍ନଟ କରାଯାଇପାରେ। ଆସନ୍ତୁ ଜାଣିବା କିଡନୀ କ୍ୟାନସରରେ ଦେଖାଦେଉଥିବା ଲକ୍ଷଣଗୁଡ଼ିକ ବିଷୟରେ:

ପରିସ୍ରାରେ ରକ୍ତ ଆସିବା

ପରିସ୍ରାରେ ରକ୍ତ ଆସିବା ହେଉଛି କିଡନୀ କ୍ୟାନସରର ସବୁଠାରୁ ସାଧାରଣ କିନ୍ତୁ ଗମ୍ଭୀର ଲକ୍ଷଣ। ଏହି ଅବସ୍ଥାରେ ପରିସ୍ରାର ରଙ୍ଗ ଗୋଲାପୀ, ଲାଲ କିମ୍ବା କୋଲା ଭଳି ଦେଖାଯାଇପାରେ। ଅନେକ ସମୟରେ ଏହା ବିନା ଯନ୍ତ୍ରଣାରେ ହୋଇଥାଏ, ଯାହାକୁ ଲୋକେ ନଜରଅନ୍ଦାଜ କରିଦିଅନ୍ତି। ଯଦି ଆପଣ ସମୟ ଥାଉ ଥାଉ ଏହାକୁ ଚିହ୍ନଟ କରନ୍ତି, ତେବେ ଏପରି ସାଂଘାତିକ ରୋଗରୁ ସୁଧାର ଆଣିହେବ।

ପିଠି କିମ୍ବା ଅଣ୍ଟାରେ ଯନ୍ତ୍ରଣା

ଯଦି ଆପଣଙ୍କୁ ପିଠିର ଗୋଟିଏ ପାର୍ଶ୍ୱରେ କିମ୍ବା ଅଣ୍ଟାରେ ବିନା କୌଣସି ଆଘାତ ବା କାରଣରେ ଲଗାତାର ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଏହା କିଡନୀରେ ଗୋଟିଏ ଗଣ୍ଠି କିମ୍ବା ଟ୍ୟୁମରର ସଙ୍କେତ ହୋଇପାରେ। ଏଭଳି ଅବସ୍ଥାରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ପେଟ ଫୁଲା ବା ଯନ୍ତ୍ରଣା

ଯଦି କିଡନୀ ନିକଟରେ କୌଣସି କଠିନ ଫୁଲା ବା ଗଣ୍ଠି ଫୁଲା ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଏହା କ୍ୟାନସରର ସଙ୍କେତ ହୋଇପାରେ। ଯଦି ବିନା ଡାଏଟ୍ ବା ବ୍ୟାୟାମରୁ ଓଜନ ଦ୍ରୁତ ଗତିରେ କମୁଛି, ତେବେ ଏହା କୌଣସି ଗମ୍ଭୀର ରୋଗର ସଙ୍କେତ ହୋଇପାରେ। ଯେଉଁଥିରେ କିଡନୀ କ୍ୟାନସର ମଧ୍ୟ ସାମିଲ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ଓ ଆବଶ୍ୟକୀୟ ପରୀକ୍ଷା କରାନ୍ତୁ। ଏହା ସହ, ଯଦି ଲଗାତାର ଭୋକ କମୁଛି ଏବଂ ଖାଦ୍ୟ ପ୍ରତି ଆଗ୍ରହ ହ୍ରାସ ପାଉଛି, ତେବେ ଏହା ମଧ୍ୟ କିଡନୀ ସମ୍ପର୍କିତ ରୋଗର ଲକ୍ଷଣ ହୋଇପାରେ।

ଥକ୍କାପଣ ଓ ଦୁର୍ବଳତା କିଡନୀର କାର୍ଯ୍ୟକ୍ଷମତା କମିବା ଯୋଗୁଁ ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାକୁ ଆରମ୍ଭ କରେ, ଯାହା ଥକ୍କାପଣ, ଦୁର୍ବଳତା ଏବଂ ଅସ୍ୱାଭାବିକ ରାଗିଗଲା ଭାବ ଅନୁଭବ କରାଇପାରେ।

Comments are closed.