Latest Odisha News

BREAKING NEWS

ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରୀ ପରେ ଟ୍ବିଟ୍ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ସୋମବାର ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଛନ୍ତି । ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରାପୁଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ, ”ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ପୁରୀ ଠାରେ ବିମାନ ବନ୍ଦର ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳରେ ଧାର୍ମିକ, ଆଞ୍ଚଳିକ ଓ ପର୍ଯ୍ୟଟନର ବିକାଶ ହେବା ସହ ଯୋଗାଯୋଗ ଏବଂ ଅର୍ଥନୀତି ଅଧିକ ସୁଦୃଢ଼ ହେବ” ।

ତେବେ, ପୁରୀରେ ବିମାନ ବନ୍ଦର ହେବା ଦ୍ବାରା ଭାରତର ପ୍ରମୁଖ ସହରକୁ ସିଧାସଳଖ ଯୋଗାଯୋଗ ବୃଦ୍ଧି ହେବ । ପୁରୀ ଏବଂ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ ଖୁଣ୍ଟ ସୃଷ୍ଟି ହେବ । ଏହି ବିମାନବନ୍ଦର ନିର୍ମାଣ ହେଲେ ପୁରୀରେ ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି । ଶ୍ରୀଜଗନ୍ନାଥ ମନ୍ଦିର ଓ ସମୁଦ୍ର ତଟରେ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ ।

ପୁରୀ ବିମାନବନ୍ଦର ପ୍ରକଳ୍ପ ଦୀର୍ଘ ଦିନରୁ ଚର୍ଚ୍ଚାରେ ରହିଆସୁଥିଲା । ପୂର୍ବତନ ବିଜେଡି ସରକାର ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ଦେଖାଇ ନଥିବା ଅଭିଯୋଗ କରି ପୁରୀ ସାଂସଦ ସମ୍ବିତ ପାତ୍ର ଲୋକସଭାରେ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ସ୍ପଷ୍ଟ କରିଥିଲେ ଯେ ପ୍ରକଳ୍ପର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ ।

Comments are closed.