Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୩୦: ମନୁଷ୍ୟଙ୍କୁ ସତକର୍ମ ବିଷୟରେ ମାର୍ଗ ଦେଖାଇବା ପାଇଁ ଉତ୍ପତି ହୁଏ ମନୁଗଣ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପଞ୍ଚମ ଲକ୍ଷଣ ହେଉଛି ମନ୍ୱନ୍ତର। ମନ୍ୱନ୍ତର ଏକ କାଳର ଗଣନା, ତେବେ ଏହା ସାଧାରଣ ମଣିଷଙ୍କ କାଳର ଗଣନା ନୁହେଁ। ଜଣେ ମନୁଙ୍କ ରାଜତ୍ୱ କାଳକୁ ମନ୍ୱନ୍ତର କୁହାଯାଏ। ଏଵେ ଆସନ୍ତୁ ଜାଣିବା ମନୁଙ୍କ ଵିଷୟରେ।

କୁହାଯାଏ ମାୟା କବଳିତ ପ୍ରାଣୀଙ୍କୁ (ମନୁଷ୍ୟଙ୍କୁ )ସତକର୍ମ ଓ ପୁଣ୍ୟକର୍ମ
ଵିଷୟରେ ମାର୍ଗ ଦେଖାଇବା ପାଇଁ ମନୁଗଣଙ୍କ ଉତ୍ପତି ହୋଇଥାଏ। ଅନ୍ୟ ରୂପରେ ବର୍ଣ୍ଣନା କଲେ ଯେହେତୁ ମାନୁଙ୍କ ପୁତ୍ରଙ୍କୁ ମାନବ କୁହାଯାଏ, ତେଣୁ ଭଗବତ ଉପାସନାକୁ ଆଧାର କରି ସଦ୍ଦର୍ମ ପାଳନ ନିମିତ୍ତ ଶିକ୍ଷା ଦେବାପାଇଁ ମନୁମାନଙ୍କ ଆବିର୍ଭାବ ହୋଇଥାଏ। ମାନବ ଗଣଙ୍କୁ ସଦ୍ଧର୍ମ ପାଳନ ପାଇଁ ଅନୁପ୍ରାଣିତ କରିବାକୁ ଭଗବାନଙ୍କ ଦ୍ୱାରା ସୄଷ୍ଟ ସଂସାରକୁ ମନୁ ରାଜ୍ୱତ କରନ୍ତି।

ଜଣେ ମନୁଙ୍କର ରାଜ୍ୱତ କାଳ ଶେଷ ହେବା ମାତ୍ରେ ସେ ଅନ୍ତହିର୍ତ ହୁଅନ୍ତି। ମନୁଙ୍କ ଆବିର୍ଭାବ ଓ ଅନ୍ତହିର୍ତ ଅବଧିକୁ ମନ୍ୱନ୍ତର କହନ୍ତି । ସେହିପରି ଚଉଦ ଗୋଟି ଅବଧି ପୂର୍ଣ୍ଣ ହେବାକୁ ଗୋଟିଏ କଳ୍ପ କୁହାଯାଏ । ଏହି କଳ୍ପ ଭଗବାନ ସୃଷ୍ଟି କରିଥିବା ବ୍ରହ୍ମାଙ୍କ ଗୋଟିଏ ଦିବସ ସହ ସମାନ ହୋଇଥାଏ। କହିରଖେ ଗୋଟିଏ ଦିବସ ବା ଦିବାର ବ୍ୟାପ୍ତି ଯେତିକି, ବ୍ରହ୍ମାଙ୍କ ଗୋଟିଏ ରାତ୍ରର ବ୍ୟାପ୍ତି ସେତିକି। ଅର୍ଥାତ ଆମ ମାନବିକ ଗଣନାରେ ସହସ୍ର ଚତୁଯୁଗ ବ୍ରହ୍ମାଙ୍କ ଗୋଟିଏ ଦିବା। ପୁଣି ସହସ୍ର ଚତୁଯୁଗ ହୁଏ ଗୋଟିଏ ରାତ୍ରି। ଅର୍ଥାତ ଦିବା ଓ ରାତ୍ରି ମିଶି ହୁଏ ଗୋଟିଏ ସମ୍ପୂର୍ଣ୍ଣ ଦିନ ଓ ସମୁଦାୟ ଶତବର୍ଷ ହେଉଛି ବ୍ରହ୍ମାଙ୍କ ବୟସ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-29-gods-grace-towards-his-devotees-is-nourishment/

କେବଳ ତତ୍ତ୍ୱବିତ ପଣ୍ଡିତ ମାନେ ଏହି ହିସାବ ଠିକ କରିପାରିବେ। ତଥାପି ଶାସ୍ତ୍ର କହେ ଏଯାବତ ସ୍ଵାୟୁମ୍ଭୁଵ ମାନୁଙ୍କଠାରୁ ଆରମ୍ଭ କରି ସଂପ୍ରିତି ବୈଵସୂତ ମନୁଙ୍କ ପର୍ଯ୍ୟନ୍ତ ସୃଷ୍ଟି ଅଗ୍ରସର ହେଲାଣି ଏବଂ ବୈଵସୂତ ମନୁଙ୍କ ସଂଖ୍ୟା ହେଉଛି ସପ୍ତମ ଏହି ସବୁ ବିଭିନ୍ନ ମନ୍ୱନ୍ତରରେ ସଦ୍ଧର୍ମ ପାଳନ କରିବା ଶିକ୍ଷା ହିଁ ମନ୍ୱନ୍ତର ଲକ୍ଷଣ ଯାହା ଶ୍ରୀ ଜଗନ୍ନାଥ ଦାସଙ୍କ ଭାଷାରେ
“ମନ୍ୱନ୍ତର ଯେ ମନୁ ଧର୍ମ”
ଅବା
ପୂର୍ବେ ଯେ ସ୍ଵାୟମ୍ଭୁଵ ମନୁ।
ପ୍ରତ୍ୟେକ୍ଷେ ପଦ୍ମ ଯୋନି ତନୁ।।
ମନୁଙ୍କୁ କଲା ଉତପତି।
ମନର ତହୁଁ ବେଦ ପତି।।
ଆସନ୍ତୁ ତେବେ ଜାଣି ନେବା ସାତ ମାନୁଙ୍କ ନାମ ଓ ପରିଚୟ
1.ସାୟମ୍ଭୁଵ
2.ସ୍ୱରୋଚିଷ
3.ଉତ୍ତମ
4.ତାମସ
5.ରୈବତ
6.ଚାକ୍ଷୁଷ
7.ବୈଵସୂତ ମନୁ
ଯେଉଁ ଶ୍ରୀମଦ ଭାଗବତ ଆମକୁ ଏତେ ଜଟିଳ କାଳ ଗଣନାର ସୂତ୍ର ପ୍ରଦାନ କଲେ, ତାହାଙ୍କ ଶରଣ ଆମର ନିତ୍ୟାନ୍ତ ଆବଶ୍ୟକ ନା ନାହିଁ।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.