Latest Odisha News

BREAKING NEWS

ଦୀଘା ଜଗନ୍ନାଥ ମନ୍ଦିର ବିବାଦ; ଦଇତାପତି ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ନୂଆ ମନ୍ଦିର ସମ୍ପର୍କିତ ବିବାଦ ପାଇଁ ଫସିଲେ ରାମକୃଷ୍ଣ ଦାସମହାପାତ୍ର। ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ବରିଷ୍ଠ ସେବକ ଏବଂ ଦଇତାପତି ନିଯୋଗର ସେକ୍ରେଟାରୀ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ଏକ ମାସ ପାଇଁ ନିଲମ୍ବିତ କରାଯାଇଛି।

ସୂତ୍ର ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପାଇଁ ରାମକୃଷ୍ଣଙ୍କୁ ଦୁଇଟି ପୃଥକ ପୃଥକ କାରଣ ଦର୍ଶାଅ ନୋଟିସ ଜାରି କରି ତାଙ୍କୁ ନିଲମ୍ବିତ କରିଛି। ନୋଟିସର ଉତ୍ତର ଦେବାକୁ ଦିଆଯାଇଥିବା ସମୟସୀମା ସମାପ୍ତ ହେବା ପରେ ତାଙ୍କୁ ଶ୍ରୀଜୀଉଙ୍କ ସେବାରୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ଏସଜେଟିଏର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ ନିଲମ୍ବନ ଅବଧି ମଧ୍ୟରେ ରାମକୃଷ୍ଣଙ୍କୁ ପୁରୀ ମନ୍ଦିରରେ ପ୍ରବେଶ କରିବାକୁ ମଧ୍ୟ ବାରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଦୀଘା ମନ୍ଦିର ସମ୍ପର୍କରେ ତାଙ୍କ ବୟାନ ପାଇଁ ଏସଜେଟିଏ ତାଙ୍କୁ ଏକ ନୋଟିସ୍ ଦେଇଥିଲା। ତାଙ୍କ ବିରୁଦ୍ଧରେ ପ୍ରଭୁ ଜଗନ୍ନାଥଙ୍କ ଅଗଣିତ ଭକ୍ତ ଏବଂ ଅନୁଗାମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଏବଂ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବାର ଅଭିଯୋଗ ହୋଇଥିଲା।

 

Comments are closed.