ଭୁବନେଶ୍ବର: ଭାରତ-ପାକ୍ ଉଭୟ ଦେଶ ଅସ୍ତ୍ରବିରତିକୁ ନେଇ ରାଜି ହୋଇଛନ୍ତି । ତେଣୁ ବର୍ତ୍ତମାନ ସୀମାରେ ଶାନ୍ତି ରହିଛି । କିନ୍ତୁ ସୁରକ୍ଷା ଦୃଷ୍ଚିରୁ ସରକାରଙ୍କ ଜରୁରୀ ସୂଚନା ସଠିକ ସମୟରେ ପହଞ୍ଚିବା ନିହାତି ଆବଶ୍ୟକ । ଫଳରେ ଆପଣ ସଠିକ ସମୟରେ ସୂଚନା ପାଇ ନିଜକୁ ସୁରକ୍ଷିତ ରଖିପାରିବେ । ତେବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନରେ ସ୍ବତନ୍ତ୍ର ମେକାନିଜିମ ରହିଛି ଫଳରେ ୟୁଜର ସରକାର ଓ ଅଧିକୃତ ଏଜେନ୍ସିଙ୍କଠାରୁ ଜରୁରୀକାଳୀନ ସୂଚନା ପାଇପାରିବେ ।
ସାଧାରଣତଃ ସରକାରଙ୍କ ପକ୍ଷରୁ ଜରୁରୀ ମେସେଜ ଥାଏ ଯାହା ଜନସାଧାରଣଙ୍କୁ ଭୂମିକମ୍ପ, ବନ୍ୟା, ଆତଙ୍କବାଦୀ ଆକ୍ରମଣ କିମ୍ବା ଜାତୀୟ ସୁରକ୍ଷା ପରିସ୍ଥିତି ଭଳି ଗମ୍ଭୀର ବିପଦ ବିଷୟରେ ସତର୍କ କରାଯାଏ । ଏହି ଆଲର୍ଟଗୁଡ଼ିକ ଏକ ସ୍ୱତନ୍ତ୍ର ନେଟୱାର୍କ ଚ୍ୟାନେଲ୍ ବ୍ୟବହାର କରନ୍ତି, ଯାହା ଦୁର୍ବଳ ନେଟୱାର୍କ ଥିବା ସମୟରେ ମଧ୍ୟ ଆପଣଙ୍କ ଫୋନରେ ପହଞ୍ଚିପାରିବ।
ଯଦି ଆପଣଙ୍କ ଡିଭାଇସରେ ଆପଣଙ୍କର ଇମରଜେନ୍ସି ଆଲର୍ଟ ଅଫ୍ ରହିଥାଏ , ତେବେ ଆପଣ ଜରୁରୀ ଅପଡେଟ୍ ପାଇପାରିବେ ନାହିଁ । ତେଣୁ, Android ଏବଂ iPhone ଡିଭାଇସଗୁଡ଼ିକରେ ଜରୁରୀକାଳୀନ ଆଲର୍ଟଗୁଡ଼ିକୁ କିପରି ଅନ୍ କରିବେ ସେ ବିଷୟରେ ଆସନ୍ତୁ ଜାଣିବା..
ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ
-ମୋବାଇଲରେ ସେଟିଂସ୍ ଆପ୍ ଖୋଲନ୍ତୁ
-“Safety and Emergency” ଉପରେ ଟ୍ୟାପ୍ କରନ୍ତୁ କିମ୍ବା ‘Emergency alerts’ ସର୍ଚ୍ଚ କରନ୍ତୁ
-“Wireless emergency alerts” ଚୟନ କରନ୍ତୁ
-ସମସ୍ତ ଉପଲବ୍ଧ ଆଲର୍ଟ ବିକଳ୍ପଗୁଡ଼ିକୁ ଅନ୍ କରନ୍ତୁ
ଯଦି ଆପଣ Samsung, Xiaomi ଓ OnePlus ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଉପରୋକ୍ତ ସେଟିଂର ନାମ ସାମାନ୍ୟ ଅଲଗା ହୋଇପାର । ଆପଣଙ୍କ ଫୋନର ମଡେଲ ହିସାବରେ ‘Wireless emergency alerts’ ଅପସନଟି Advanced, More settings ବା Cell broadcastରେ ରହିଥାଇପାରେ ।
iPhone ୟୁଜରଙ୍କ ପାଇଁ
-ସେଟିଂସ୍ ଆପ୍ ଖୋଲନ୍ତୁ ଏବଂ ନୋଟିଫିକେସନକୁ ଯାଆନ୍ତୁ
-ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ‘Government Alerts’ ଅପସନକୁ ଖୋଜନ୍ତୁ
-ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇବା ପାଇଁ ‘Test Alertsକୁ ଅନ୍ କରନ୍ତୁ
ଏହି ସତର୍କତାଗୁଡ଼ିକୁ ସକ୍ରିୟ ରଖିବା ଉଚିତ୍ । ଜରୁରୀକାଳୀନ ପରିସ୍ଥିତିରେ ଏହା କାମରେ ଆସିବ । ବିଶେଷକରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ।
Comments are closed.